ମୁକବଧିର ଯୁବକକୁ ମରଣାନ୍ତକ ଆକ୍ରମଣ
ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମାଳଦା ପ ।ତ ରାମପୁର ଗ୍ରାମରେ ଜଣେ ମୁକ ଓ ବଧିର ଯୁବକ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଗ୍ରାମର କୃଷ୍ଣ ମହାପାତ୍ର(୪୫) ମୁକ ଓ ବଧିର ଅଟନ୍ତି । ସ୍ୱାଭାବିକ ଭାବେ ବୁଲାବୁଲି କରୁଥିବା ବେଳେ ଗ୍ରାମରକ୍ଷୀ ସୁରେନ୍ଦ୍ର ଯେନାର ପୁଅ ବିବେକାନନ୍ଦ(୪୦) ପୂର୍ବ ଶତ୍ରୁତାରୁ କୃଷ୍ଣ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କୃଷ୍ଣ ମୁଣ୍ଡରେ ଧାରୁଆ ଅସ୍ତ୍ରରେ ଆକମ୍ରଣ କରାଯାଇଥିବାରୁ ଗଭୀର ଆଘାତ ସୃଷ୍ଟି ହୋଇଛି । ସେହିପରି ଡାହାଣ ଗୋଡ ଓ ହାତରେ ମଧ୍ୟ ଆକ୍ରମଣ ଜନିତ ଆଘାତ ସୃଷ୍ଟି ହୋଇଛି । ଆହତ କୃଷ୍ଣକୁ ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ କରାଯାଇଛି । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମେଡିକାଲକୁ ରେଫର କରିଦିଆଯାଇଛି । ଏଥିନେି ଗ୍ରାମର ଉେ ଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଆକ୍ରମଣକାରୀ କ୍ରମାଗତ ଭାବେ ଗ୍ରାମରେ ଗଣ୍ଡଗୋଳ କରୁଥିବାରୁ ପୁଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
