ଭଦ୍ରକ କଲେଜ ସୁବର୍ଣ୍ଣ ଆଲମୁନି ବେଚର ବନ୍ଧୁ ମିଳନ
ଭଦ୍ରକ : ଭଦ୍ରକ କଲେଜ ସୁବର୍ଣ୍ଣ ଆଲମୁନୀ ବେଚ୍ ୭୩ ରୁ ୭୭ର ୫୦ବର୍ଷ ପରେ ତା ୧୨.୨.୨୩ରିଖରେ ବଂଧୁ ମିଳନ ଭଦ୍ରକ କଲେଜ ପରିସର ସି.ଏଲ୍.ଟି.ରେ ଅନୁଷ୍ଠିତ ହୋଇଥିଲା । ହରମୋହନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଲେଜର ଅଧ୍ୟକ୍ଷ ଡ଼. ସୁବୋଧ ମିଶ୍ର ଯୋଗ ଦେଇ କହିଲେ ଯେ କଲେଜ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ମୁଁ କଲେଜର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଚେଷ୍ଟା କରୁଛି । ଯଦି ଦରକାର ପଡ଼େ ମୁଁ ପୁରାତନ ଛାତ୍ରମାନଙ୍କ ସହଯୋଗ ଲୋଡ଼ିବି । ଏପରି ଏକ ବଂଧୁ ମିଳନ ଉତ୍ସବରେ ଯୋଗ ଦେଇ ମୁଁ ଆନନ୍ଦିତ । ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡ଼. ବ୍ରଜ ମୋହନ ମିଶ୍ର କହିଲେ ଯେ ମୁଁ ଅସୁସ୍ଥ ଥିବା ସତ୍ତ୍ୱେ ମୋର ପ୍ରିୟ ଛାତ୍ରଛାତ୍ରୀଙ୍କ ଡ଼ାକରେ ରହି ନପାରି ମୁଁ ଦୁଇପଦ ପରାମର୍ଶ ଦେବା ପାଇଁ ଆସିଲି । ଦୁନିଆରେ ମୋର ପ୍ରିୟ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଦେଖିଲେ ମୋ ପେଟ ପୁରିଯାଏ ଏବଂ ଛାତି କୁଣ୍ଡେ ମୋଟ ହୋଇଯାଏ । ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଏହି ବେଚ୍ ଛାତ୍ରଛାତ୍ରୀଙ୍କ ସହ ପ୍ରଥମେ ପୂର୍ବାହ୍ନରେ କଲେଜର ପ୍ରତିଷ୍ଠାତା ୰ ଡ଼. ହରେକୃଷ୍ଣ ମହତାବ ଓ ଜମିଦାତା ୰ ଛକଡ଼ି ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସଭାରେ ଯୋଗ ଦେଇଥିଲେ । ଆରମ୍ଭରେ ସାଇ ବିନାୟକ କଲେଜ ଛାତ୍ରୀଙ୍କ ଦ୍ୱାରା ନୃତ୍ୟ ପରିଷେଣ କରାଯାଇଥିଲା । ସଭାରେ ଡ଼. ରାଧାରାଣୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ଶ୍ରୀ ନିତ୍ୟାନନ୍ଦ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପ୍ରେମାନନ୍ଦ ଦାଶ ସଂଘ ଗଠନ କିପରି ହେଲା ତା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୀଣା ରାଉତ, ଶ୍ରୀହର୍ଷ ସ୍ୱାଇଁ, ପ୍ରମୋଦ ଜେନା, ଅଳକା ଜେନା, ଅନୀଲ ଜେନା, ଡ଼ାକ୍ତର ରସିଦ୍, ନୀଳାମ୍ବର ବିଶ୍ୱାଳ, ଭାନୁ ମାଠିଆ, ବିଜୟ ଜେନା, ଶଶି ପାଢ଼ୀ, ଲଲିତା ରାଉତ, ଅନୁ ନାୟକ, କିରଣ ରାଉତ, ଡ଼. ଭାବନୀ ମହାପାତ୍ର, ସୁଧା ଦାଶ, ଅଞ୍ଜଳୀ ନାୟକ, ସୁନନ୍ଦା ରାଉତ, ଗୌର ମୋହନ ପାଢ଼ୀଙ୍କ ସମେତ ବହୁ ଛାତ୍ରଛତ୍ରୀ ବିଭିନ୍ନ ପ୍ରାନ୍ତରୁ ଆସି ଯୋଗ ଦେଇ ନିଜର କଲେଜ ସମୟର ଅନୁଭୂତି ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ରସାୟନ ବିଭାଗ ମୁଖ୍ୟ ଲକ୍ଷ୍ମୀକାନ୍ତ ନାୟକ ସହଯୋଗ କରିଥିଲେ । ୫୦ବର୍ଷ ପରେ ବଂଧୁ ମିଳନ ଏକ ଅଭୁଲା ଆନନ୍ଦ ଦେଇଥିଲା ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ ।
