୪ର୍ଥ ତିହିଡ଼ି ମହୋତ୍ସବ ଉଦ୍ଘାଟିତ ମହୋତ୍ସବ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବାରେ ସହାୟକ ହୋଇଥାଏ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି କାଳିପଡ଼ିଆ ଠାରେ ଶ୍ୟାମା କ୍ଲବ ଆୟାଜନରେ ୪ର୍ଥ ତିହିଡ଼ି ମହୋତ୍ସବ ଶନିବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇ ଯାଇଛି । ଏହି ମହୋତ୍ସବକୁ ମହୋତ୍ସବ କମିଟିର ସଭାପତି ଶିକ୍ଷାବିତ୍ ସୋମନାଥ ପାଢ଼ୀ ଉଦ୍ଘାଟନ କରିଥିଲେ । ସକାଳେ ବ୍ଲକର ଚତୁର୍ଦ୍ଦିଗରେ ଥିବା ଦେବାଦେବୀଙ୍କ ପୀଠରୁ ମଶାଲ ଅଣାଯାଇ ମହୋତ୍ସବ ସ୍ଥଳରେ ସ୍ଥାପନ କରାଯାଇଥିଲା । ଉଦ୍ଘାଟନୀ ସନ୍ଧ୍ୟାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାମିତ ମଂଚରେ ସଭାପତି ଶ୍ରୀ ପାଢ଼ୀଙ୍କ ପୌରୋହିତ୍ୟରେ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଉପାଧ୍ୟକ୍ଷା ଶୁଭଦ୍ରା ଶତପଥି, ଜିଲାପରିଷଦ ସଭ୍ୟ ସୁଶ୍ରୀ ବିଦ୍ୟୁତଲତା ନାୟକ, ରୁଜାତା ପଣ୍ଡା, ସୁମତୀ ସେଠୀ ଓ ଅମୂଲ୍ୟ ମଝୀ ଯୋଗ ଦେଇ ମହୋତ୍ସବ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବାରେ ସହାୟକ ହୋଇଥାଏ ବୋଲି କହିଥିଲେ । ଏହି ଅବସରରେ ବ୍ଲକର ସରପଞ୍ଚ, ସମିତି ସଭ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସନ୍ଧ୍ୟାରେ ତିହିଡ଼ି ସଂଗୀତ ମହାବିଦ୍ୟାଳୟ ଦ୍ୱାରା ମଙ୍ଗଳାଚରଣ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ରାଜ୍ୟ ସଂସ୍କୃତି ବିଭାଗ ପ୍ରାୟାଜିତ ଗୋଟିପୁଅ ନୃତ୍ୟ, ତିହିଡ଼ି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବଉଳପାଳ ସ୍କୁଲ ଓ କାର୍ମେଲ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ପିବେଷଣ କରାଯାଇଥିଲା । ବିଶେଷ ଆକର୍ଷଣ ଭାବେ ଚଳଚିତ୍ର ଅଭିନେତା ବବି ମିଶ୍ରଙ୍କ ସଂଳାପ ସମସ୍ତଙ୍କୁ ବିମୁଗ୍ଧ କରିଥିବା ବେଳେ ମୋଲୋଡ଼ି କାର୍ଯ୍ୟକ୍ରମରେ ଦର୍ଶକମାନେ ଝୁମିଥିଲେ । ସମ୍ପାଦକ ଚନ୍ଦ୍ରକାନ୍ତ ମହାନ୍ତି, ଡ. ଲକ୍ଷ୍ମୀଧର ତ୍ରିପାଠୀ, ଅମର କୁମାର ଜେନା, ଧୀରେନ୍ଦ୍ର ସାହୁ, ମନୋଜ କୁମାର ସେନାପତି, ମନୋଜ କୁମାର ପାଣିଗ୍ରାହୀ, ଅମୂଲ୍ୟ ସେନାପତି, ପ୍ରଭାତ ଜେନା, ଗିରିଜାରମଣ ଜେନା, ନରେନ୍ଦ୍ର ବାରିକ ପ୍ରମୁଖକଙ୍କ ସମେତ ବ୍ଲକ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
