ଦିବ୍ୟଭୂମିର ୨୫ତମ ବାର୍ଷିକ ଉତ୍ସବ ପାଳିତ ଛାତ୍ରଛାତ୍ରୀମାନଙ୍କ ଚରିତ୍ର ଗଠନ ଶିକ୍ଷାର ଶିକ୍ଷାର ମୂଳ ଲକ୍ଷ୍ୟ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ କୋହ୍ଲ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର, ଦିବ୍ୟଭୂମିର ୨୫ତମ ବାର୍ଷିକ ଉତ୍ସବ ଶନିବାର ପାଳିତ ହୋଇ ଯାଇଛି । ଏହି ଅବସରରେ ପରିଚାଳନା କମିଟି ସଭାପତି ଶିକ୍ଷାବିତ୍ ନୃସିଂହ ଚରଣ ମହାପାତ୍ରଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବରେଣ୍ୟ ଅତିଥି ଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ମୁଖ୍ୟବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତ୍ଲତା ନାୟକ ଓ ସୁମତୀ ସେଠୀ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଚରିତ୍ର ଗଠନ ଶିକ୍ଷାର ମୂଳ ଲକ୍ଷ୍ୟ ହେବା ଉଚିତ୍ ବୋଲି କହିଥିଲେ । ଦିବ୍ୟଭୂମିର ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ମହାପାତ୍ର ବିବରଣୀ ପାଠ କରିଥିବା ବେଳେ କଳା ଶିକ୍ଷକ ଚିତ୍ରଶିଳ୍ପୀ ତଥା ନାଟ୍ୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ରାଉତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଂଗୀତ ଶିକ୍ଷକ ସୁଧାଂଶୁ ନାୟକ ମାତୃସଂଗୀତ ଗାନ ଓ ଶିକ୍ଷୟିତ୍ରୀ ବାସନ୍ତୀଲତା ଦାସ ‘ସାବିତ୍ରୀ’ ପାଠ କରିଥିବା ବେଳେ ଶିକ୍ଷକ ପାର୍ଥସାରଥି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନେ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ବାପୁଜୀ ନାୟକ, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ପ୍ରଫୁଲ୍ଲ ଦାସ, ସମିତିସଭ୍ୟ ଜୟପ୍ରକାଶ ମଲିକ, ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଦେବଦର୍ଶନ ଦାସ, ଉମାକାନ୍ତ ସେଠୀ, ପ୍ରମୋଦ ଖଟୁଆ, ମ୍ୟାନେଜିଂ ଟ୍ରଷ୍ଟି ହରିହର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଦୀପକ ଦଳାଇ, ପ୍ରଭାତ କୁମାର ଜେନା, ଅଜୟ ପତି, ପ୍ରୀତିନନ୍ଦା ନାୟକ, ମିନତୀ କର, ମଞ୍ଜୁଳା ମିଶ୍ର, ଭାରତୀ ପାଣି ପ୍ରମୁଖ ସମସ୍ତ ଅପା, ଭାଇ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
