କୋହ୍ଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ କୋହ୍ଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ସେଣ୍ଢ, ମୁଖ୍ୟବକ୍ତା ଭାବେ ପରିଚାଳନା କମିଟି ସଭ୍ୟ କବି ସଂଜିତ୍ କୁମାର ବଳ ଓ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମହାପାତ୍ର, ସମିତିସଭ୍ୟା ତିଳୋତ୍ତମା ବେହେରା, ପରିଚାଳନା କମିଟି ସଭ୍ୟ ଜ୍ଞାନପ୍ରକାଶ ମାହୁନ୍ତ, ଶଶିକାନ୍ତ ସାହୁ, ବିଚିତ୍ର ବାରିକ, ଦିବାକର ଜେନା, ଗୌରାଙ୍ଗ ଚରଣ ଜେନା, ପ୍ରଦୀପ କୁମାର ସାହୁ, ସୁନିଲ ରାଉତ ପ୍ରମୁଖ ଯୋଗ ଦେଇ ପିଲାମାନେ ଭଲ ମଣିଷ ହେବା ପାଇଁ କଠିନ ପରିଶ୍ରମ କରିବା ଉଚିତ୍ ବୋଲି କହିଥିଲେ । ଶିକ୍ଷକ ରମେଶ ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷୟିତ୍ରୀ ମନମୋହିନୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଶିକ୍ଷକ ବିଶ୍ୱରଂଜନ ପଣ୍ଡା ବେଦପାଠ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଟକ ‘ଶିଶୁ ଶ୍ରମିକ’ ମଞ୍ଚସ୍ଥ ହୋଇଥିଲା । ଏହି ନାଟକରେ ମୁଗ୍ଧ ହୋଇ ଜ୍ଞାନ ପ୍ରକାଶ ମାହୁନ୍ତ ପିଲାମାନଙ୍କୁ ପୁରସ୍କୃତ କରିଥିଲେ । ସେହିପରି ଜୟ ହୋ ଡ୍ୟାନ୍ସ ଗ୍ରୁପ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ପୁରାତନ ଛାତ୍ର ଓ ଆଲୁମୁନି ରବିନାରାୟଣ ସେନାପତି ଓ ସତ୍ୟନାରାୟଣ ସେନାପତି ସ୍କୁଲର କୃତୀ ଛାତ୍ରଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ଗୀତାଂଜଳି ସାହୁ, ଗୀତାଂଜଳି ରଥ, ବାସନ୍ତୀଲତା ନାୟକ, ରୋଜାଲିନ ବଳ, ହିରଣ୍ମୟୀ ସାହୁ, ତୁଫାନ ହେମ୍ବ୍ରମ, ଅଜୟ ବାରିକ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଶିକ୍ଷା କର୍ମଚାରୀ ଗିରିଜା ନନ୍ଦନ ଦାସ, ଚିନ୍ତାମଣି ସାହୁ, ଗଦାଧର ଜେନା, ଶ୍ୟାମସୁନ୍ଦର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
