ମାଡ ମାରି ଟଙ୍କା ଲୁଟ୍ ମାମଲା : ୨ ଗିରଫ
ଜୟପୁର : ମାଡ ମାରି ଟଙ୍କା ଲୁଟ ମାମଲାର ପର୍ଦାଫାସ କରିଛି ଜୟପୁର ଟାଉନ ପୋଲିସ । ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଗୋପବନ୍ଧୁ ନଗରର ଗଣେଷ ପୁଜାରୀ ଓ ଆବେ ଖୋସଲା । ପୋଲିସର ସୂଚନା ଅନୁଯାୟୀ, ଗତ ୬ ତାରିଖରେ ରମେଶ ଖରା ମାର୍କେଟ ପଛପଟେ ଯାଉଥିବା ବେଳେ ଦୁର୍ବୁତ ମାନେ ମାଡ ମାରିବା ସହ ତାଙ୍କ ପର୍ସ ଲୁଟ କରିଥିଲେ । ପର୍ସରେ ୨୨ ହଜାର ଟଙ୍କା ଥିବା ରମେଶ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ଗୋପବନ୍ଧୁ ନଗରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଟାଉନ ଥାନା ଅଧିକାରି ସମ୍ବିତ ବେହେରା ସୂଚନା ଦେଇଛନ୍ତି ।
