ଦୂର୍ଘଟଣାଗ୍ରସ୍ତ ହେଲା ତୀର୍ଥ ଯାତ୍ରୀ ବସ, ୧୦ସାମାନ୍ୟ ଆହତ, ଦୁଇ ଗୁରୁତର
ଭଦ୍ରକ : ଏକ ତୀର୍ଥ ଯାତ୍ରୀ ବସ ଦୂର୍ଘଟଣାଗ୍ରସ୍ତ ହେବାଫଳରେ ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ମେଡିକାଲ ରେ ଭର୍ତି କରାଯାଇଛି । ସୂଚନା ଅନୁଯାୟୀ, ପୁରୀ ରୁ କୋଲକତା ଅଭିମୁଖେ ବସ ଟି ଯାଉଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଯୋରାଗଡ଼ିଆ ନିକଟରେ ଦୂର୍ଘଟଣାଗ୍ରସ୍ତ ହୋଇଥିଲା ।ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ ର ପଛପଟୁ ବାଡ଼େଇଥିଲା ତୀର୍ଥଯାତ୍ରୀ ବସ ।ଫଳରେ ବସଟିର ସମ୍ମୁଖ ଅଂଶ ଭାଙ୍ଗି ଯିବା ସହ ଯାତ୍ରୀ ମାନେ ଦୂର୍ଘଟଣା ର ଶିକାର ହୋଇଥିଲେ ।ଦୂର୍ଘଟଣାଗ୍ରସ୍ତ ଯାତ୍ରୀ ମାନଙ୍କୁ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ।କିଛି ଯାତ୍ରୀ ସୁସ୍ଥ ହୋଇ ନିଜ ନିଜ ଅଂଚଳକୁ ଫେରି ଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାପଡିଛି ।
