କେନ୍ଦ୍ରାପଡାରେ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ଜୟନ୍ତୀ ପାଳିତ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡାର ପୂର୍ବତନ ସାଂସଦ, ବିଶିଷ୍ଟ ସମାଜବାଦୀ ବିପ୍ଳବୀ, ସ୍ୱାଧୀନତା ସଂଗ୍ରାମୀ ଅରୁଣାଚଳ ପ୍ରଦେଶର ପ୍ରାକ୍ତନ ରାଜ୍ୟପାଳ ଡଃ. ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କର ୧୧୧ତମ ଜୟନ୍ତୀ କେନ୍ଦ୍ରାପଡାରେ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଥିବା ଡଃ. ଦ୍ୱିବେଦୀଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହି ଉପଲକ୍ଷେ ବରିଷ୍ଠ ସମାଜସେବୀ ଶ୍ରମିକନେତା ଫକିର ଚରଣ ଖଟୁଆଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ଅର୍ବାନ ବ୍ୟାଙ୍କର ପ୍ରାକ୍ତନ ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶିଲ କୁମାର ସାମଲ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ଶରତ ବେହୁରା, ମୁକ୍ତାର ଖାଁ, କୃଷ୍ଣ ପ୍ରସାଦ ଦାସ, ଗଜେନ୍ଦ୍ର ରାୟ, ତାହିର ଖାନ, ଦିଲ୍ଲିପ ସ୍ୱାଇଁ, ଅର୍ଜ୍ଜୁନ ବେହେରା, ତୁଳସୀ ରାୟ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦ୍ୱିବେଦୀଙ୍କ ସାରସ୍ୱତ ସାଧନା, ଦରିଦ୍ର ଖଟିଖିଆ ଚାଷୀ ମୂଲିଆ ମାନଙ୍କ ପାଇଁ ଥିବା ବଳିଷ୍ଠ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏଥିସହିତ ଅର୍ବାନ ବ୍ୟାଙ୍କ ପରିସରରେ ସ୍ଥାପିତ ସ୍ୱର୍ଗତ ଦ୍ୱିବେଦୀଙ୍କ ଘନିଷ୍ଠ ସହଯୋଗୀ ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା ।
