ମଧ୍ୟଖଣ୍ଡ ହାଇସ୍କୁଲ ଜୟନ୍ତୀ ଉଦଘାଟିତ
ଦଶପଲ୍ଲା : ଦଶପଲ୍ଲା ବ୍ଳକ ଅନ୍ତର୍ଗତ ମଧ୍ଯଖଣ୍ଡ ନୋଡାଲ ହାଇସ୍କୁଲର ହୀରକ ଜୟନ୍ତୀ ଆଜି ଉଦଘାଟିତ ହୋଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିଥିଲେ। ପ୍ରଧାନଶିକ୍ଷକ ପୂର୍ଣଚନ୍ଦ୍ର ବଳିଆରସିଂକ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ଦଶପଲ୍ଲା ବିଧାୟକ ରମେଶଚନ୍ଦ୍ର ବେହେରା, ବ୍ଳକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଉପାଧ୍ୟକ୍ଷା ଅନୁପମା ବେହେରା , ଏସଏମସି ସଭାପତି ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ଆଲୁମିନି ଶିଶିର ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଆଲୁମିନି ଶରତଚନ୍ଦ୍ର ବେହେରା ଧନ୍ଯବାଦ ଅର୍ପଣ କରିଥିଲେ।
