କାନ୍ତ ସାହିତ୍ୟ ସଂସଦ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ତାଳପଦା କାନ୍ତ ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଠି ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଆରସା ଅଭିଯାତ୍ରୀ ଟିମ୍ ଓ ବରାଙ୍ଗ କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବରାଙ୍ଗ କ୍ରିକେଟ ଟିମ୍ ଟସ୍ ଜିଣି ବ୍ୟାଟିଂ ନେଇଥିଲା । ବରାଙ୍ଗ ଟିମ୍ ୧୮ ଓଭର ଖେଳି ୯ ଉଇକେଟ ହରାଇ ୨୩୧ ରନ୍ ସଂଗ୍ରହ କରିଥିଲା । ଜାବରେ ଅଭିଯାତ୍ରୀ ଦଳ ୧୮ ଓଭର ଖେଳି ୮ ଉଇକେଟ ହରାଇ ୨୦୧ ରନ୍ ସଂଗ୍ରହ କରିଥିଲା । ଯାହାଫଳରେ ବରାଙ୍ଗ କ୍ରିକେଟ ଟିମ୍ ଚମ୍ପିଆନ ହୋଇଥିଲା । ଏହି ଅବସରରେ ଏକ ଉଦ୍ଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମିତିସଭ୍ୟ ତଥା ବରିଷ୍ଠ ଆଇନଜୀବୀ ଚିନ୍ତାମଣି ଦାସ, ସମ୍ମାନିତ ଅତିଥି ଭାବେ ସମାଜସେବୀ ବାଣିକଲ୍ୟାଣ ମହାପାତ୍ର ଓ ହରିହର ମହାନ୍ତି ଯୋଗ ଦେଇ ଚମ୍ପିଆନ ଦଳକୁ ଟ୍ରଫି ଓ ରନର୍ସଅପ୍ ଦଳକୁ କପ୍ ପ୍ରଦାନ କରିଥିଲେ । ଏହି ଖେଳରେ ଅମ୍ପେୟାର ଭାବେ ଶିବସୁନ୍ଦର ବେହେରା ଓ ପପୁନ ଜେନା ଖେଳ ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ରାକେଶ ମହାପାତ୍ର, ହୃଦାନନ୍ଦ ପୁହାଣ, ଶାନ୍ତନୁ ଜେନା, ସୁବ୍ରତ ଜେନା, ଦୀପକ ସେଠୀ, ବାବୁନା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।
