ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ପ୍ରକଳ୍ପ ଅନୁସାରେ ହେଉନାହିଁ ରାସ୍ତା ନିର୍ମାଣ
ସଠିକ୍ ଭାବେ ପ୍ରକଳ୍ପ ଅନୁସାରେ ନହେଲେ ଅନଶନ ଚେତାବନୀ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବୋଡ଼କ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏକ ରାସ୍ତା ନିର୍ମାର କାର୍ଯ୍ୟ ଚାଲୁଅଛି । ଏହି ରାସ୍ତା ପ୍ରକଳ୍ପ ଅନୁସାରେ ହେଉନାହିଁ । ଯାହାଫଳରେ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗୁରୁବାର ପୂର୍ବତନ ସରପଞ୍ଚ ଶଶଧର ସାମଲ ଓ ଗୋଲକ ସାମଲ, ସରପଞ୍ଚଙ୍କ ପ୍ରତିନିଧି ବିଷ୍ଣୁମୋହନ ଜେନା, ହୃଷିକେଶ ଜେନା, ବାବୁଲାଲ ଜେନା, ଜଗବନ୍ଧୁ ଜେନା, ଅକ୍ଷୟ କୁମାର ଦାସ, ପ୍ରମୋଦ କୁମାର ଭଂଜ, ପ୍ରହଲ୍ଲାଦ ଜେନା, ଲକ୍ଷ୍ମୀକାନ୍ତ ଭଂଜ, ସୁଦର୍ଶନ ଜେନା, ବୁଦ୍ଧିରାମ ପାଣ୍ଡବ, ବୈଲୋଚନ ନାଥ, ବିଷ୍ଣୁମୋହନ ପତି, ଶ୍ରୀକାନ୍ତ ଭଂଜ, ବୈକୁଣ୍ଠ ଜେନା, ରମାକାନ୍ତ ସାମଲ, ଲକ୍ଷ୍ମୀଧର ସାମଲ ପ୍ରମୁଖ ଶତାଧିକ ଗ୍ରାମବାସୀ ପ୍ରକଳ୍ପ ଅନୁସାରେ ରାସ୍ତା ନିର୍ମାଣ କାର୍ଯ୍ୟ କରାଯିବାକୁ ଦାବି କରି ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ଯଥାଶୀଘ୍ର ପୂରଣ ନହେଲେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଖରଦା ପାଟଣା ଠାରୁ ନାକଦଣା ତିହିଡ଼ି ବ୍ଲକ ସୀମା ଭାୟ ନୋନ୍ଦର-ବୋଡ଼କ-ବଢ଼େଇଗଢ଼ିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଅଛି । ମାତ୍ର ଏହି ପ୍ରକଳ୍ପ ଅନୁଶାରେ ରାସ୍ତା ନିର୍ମାଣ କାର୍ଯ୍ୟ କରାନଯାଇ ଖରଦା ପାଟଣା ଠାରୁ କାର୍ଯ୍ୟ ହୋଇ ଭଂଜନଗର ଛକ ପର୍ଯ୍ୟନ୍ତ କାର୍ଯ୍ୟ କରାଯାଇଛି । ଭଂଜନଗର ସ୍କୁଲ ଠାରୁ ନାକଦଣା ରାସ୍ତା ଭାୟା ନୋନ୍ଦର କରାଯାଉ ନାହିଁ । ଯାହାଫଳରେ ପ୍ରକଳ୍ପ ଅନୁସାରେ କାର୍ଯ୍ୟ ହେଉନାହିଁ । ଯେଉଁଥିପାଇଁ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
