ଭଣ୍ଡାରିପୋଖରୀ – ନିଶୁଳ୍କ ଚକ୍ଷୁପରୀକ୍ଷା ଶିବିର
ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର କୁରିଗାଁ ପ ।ୟତ ଅନ୍ତର୍ଗତ ମହାଦେବବାଡି ବଳରାମ ବାରିକ ସ୍ମୃତିସଂସଦ ପରିସରରେ ଆଜି ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ସୂର୍ଯ୍ୟମଣି-ଇଚ୍ଛାମଣି ସେବା ନିକେତନ ଆନୁକୂଲ୍ୟରେ ଓ ନବଜୀବନ ଫାଉଣ୍ଡେସନ ସହଯୋଗରେ ଚକ୍ଷୁ ପରୀକ୍ଷା ଯାଜପୁର ନେତ୍ରଧାମ ଚକ୍ଷୁ ଚିକିତ୍ସାଳୟର ଡାକ୍ତରମାନେ ଶିବିରରେ ଶତାଧିକ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରି ବିନାମୂଲ୍ୟରେ ଔଷଧ ଯୋଗାଇଥିଲେ । ଶିବିରରେ ଚିହ୍ନଟ ମୋତିଆବିନ୍ଦୁ ରୋଗୀଙ୍କ ଅସ୍ତ୍ରୋପଚାର ମଧ୍ୟ ନିଶୁଳ୍କ କରାଯିବାକୁ ପଞ୍ଜିକରଣ କରାଯାଇଥିଲା । ସେବା ନିକେତନ ପ୍ରତିଷ୍ଠାତା ଅବସରପ୍ରାପ୍ତ ଅ୍ମାପକ ରାଜେନ୍ଦ୍ର ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ପ୍ରତିଷ୍ଠାତା ସମ୍ପାଦକ ଲକ୍ଷ୍ମୀନାରାୟଣ ମହାପାତ୍ର ଉଦଘାଟନ କରିଥିଲେ । ଫାଉଣ୍ଡେସନର ରାଜ୍ୟ ପରିଚାଳକ ମାନସ ରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ । ସେବାନିକେତନ ସଦସ୍ୟ ରବିନାରାୟଣ ମହାପାତ୍ର, ଜିତେନ୍ଦ୍ର ନାରାୟଣ ମହାପାତ୍ର, ସନ୍ଧ୍ୟାରାଣୀ ମହାପାତ୍ରଙ୍କ ସମେତ ସମାଜସେବୀ ରମେଶ ଚନ୍ଦ୍ର ବେହେରା, ଶଚ୍ଚିକାନ୍ତ ପଣ୍ଡା, ରବିନ୍ଦ୍ର ପଲାଇ, ପର୍ଶୁରାମ ଶଙ୍ଖୁଆ, ଭରତ ବାରିକ, ସୁଦର୍ଶନ ସାମଲ, ଗଦାଧର ସାହୁ, ସାମ୍ବାଦିକ ବିଶ୍ୱଜିତ ପଲାଇ, ବିଭୂତି ଭୂଷଣ ବାରିକ, ମନୋଜ ନାୟକ, ଅଭୟ ପାତ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ ।
