ବୋଡ଼କରେ ବିଜେପିର ଲାଭାର୍ଥୀ ସମ୍ମିଳନୀ ଓ ମିଶ୍ରଣପର୍ବ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବୋଡ଼କ ବଜାରରେ ବିଜେପି ଐଶାନ୍ୟଚଣ୍ଡୀ ମଣ୍ଡଳ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଲାଭାର୍ଥୀ ସମ୍ମିଳନୀ ଓ ମିଶ୍ରଣପର୍ବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଐଶାନ୍ୟଚଣ୍ଡୀ ମଣ୍ଡଳ ସଭାପତି ପ୍ରମୋଦ ଦାସଙ୍କ ସଭାପତିତ୍ୱ ଓ ବିଜେପି ନେତା ବୁଦ୍ଧଦେବ ଜେନାଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ଅଭିମନ୍ୟୁ ସେଠୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟ ମହିଳା ନେତ୍ରୀ ସିପ୍ରା ବାଜପେୟୀ, ଜିଲା ସଭାପତି ହେମନ୍ତ କୁମାର ପାଢ଼ୀ, ବିଜେପି ନେତା ଚନ୍ଦ୍ରଶେଖର ନନ୍ଦ, ଦୁର୍ଗା ଚରଣ ନାୟକ, ରଘୁନାଥ ପାତ୍ର, ଦେବେନ୍ଦ୍ର ପୁହାଣ ପ୍ରମୁଖ ଯୋଗ ଦେଇ କେନ୍ଦ୍ରର ମୋଦି ସରକାରଙ୍କର ବିଭିନ୍ନ ଲୋକହିତକର ଯୋଜନା ସମ୍ପର୍କରେ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିବା ବେଳେ ଲାଭାର୍ଥୀ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଜେପି ନେତା ଭରତ ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଓବିସି ମୋର୍ଚ୍ଚା ସଂଯୋଜକ ଉମାକାନ୍ତ ଦାସ, ବିଜେପି ନେତା ଅଜୟ ବଳ, ଶ୍ରୀକାନ୍ତ ନାୟକ, ସଦାଶିବ ପୋଥାଳ, ରାଜେନ୍ଦ୍ର ସାହୁ, ସଂଜୀବ ବେହେରା, ତପନ ପାଢ଼ୀ, ରମେଶ ରାଉତ, ଶ୍ରୀକାନ୍ତ ମହାଳିକ, ଗୌରାଙ୍ଗ ଦାସ, ଜୟନ୍ତ ନାୟକ, ଅନନ୍ତ ତ୍ରିପାଠୀ, ବିଜୟ ଜେନା, ସାଇଶରଣ ବେହେରା, ଶରତ ନାୟକ, ଚକ୍ରଧର ଦାସ ପ୍ରମୁଖ ଯୋଗ ଦେଇ କେନ୍ଦ୍ରସରକାରଙ୍କର ବହୁମୁଖୀ ଯୋଜନା ଉପରେ ବକ୍ତବ୍ୟ ଦେଇଥିଲେ । ଏହି ସଭାରେ ମୁକ୍ତିକାନ୍ତ ନାୟକଙ୍କ ନେତୃତ୍ୱରେ କ୍ଷୀରସିନ୍ଧୁ ବାରିକ, ସୁବାସ ଚନ୍ଦ୍ର ଦାସ, ଗୋଲକ ପ୍ରସାଦ ଭୋଇ, ନିରଂଜନ ନାଥ, ଭାସ୍କର ବେହେରା, ଦିଗମ୍ବର ବେହେରା, ଧନେଶ୍ୱର ଦାସ, ସାରଦା ପ୍ରସାଦ ନାଥ, ନୃସିଂହ ନାଥ, ନିରଂଜନ ବେହେରାଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ କର୍ମୀ ଅନ୍ୟଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ।
