ଯୁବକର ଆତ୍ମହତ୍ୟା
ଜୟପୁର : ଗଛରେ ଦଉଡି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ଏପରି ଏକ ଅଭବନୀୟ ଘଟଣା ଆଜି ସକାଳେ ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱର ପୀଠ ସାବେରୀ ନଦୀ କୂଳରେ ଦେଖିବାକୁ ମିଳିଛି । ମୃତକ ଯୁବକ ଜଣକ ଜୟପୁର ସୌରାସାହିର ସ୍ୱର୍ଗତ ସତ୍ୟବାଦୀ ସାମନ୍ତରାୟଙ୍କ ୩୫ ବର୍ଷୀୟ ପୁଅ ଶ୍ରୀକାନ୍ତ ସାମନ୍ତରାୟ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଋଣଟଙ୍କା ପରିଶୋଧ ନିମନ୍ତେ ଚିନ୍ତାରେ ରହୁଥିଲେ ଶ୍ରୀକାନ୍ତ । ହେଲେ ଗତକାଲି ନିଜ ଘରୁ କାହାକୁ କିଛି ନକହି ବାହାରକୁ ବାହାରିପୀଡ଼ିଥିଲେ ଶ୍ରୀକାନ୍ତ । ଆଜି ସକାଳେ ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱର ପୀଠ ସାବେରୀ ନଦୀ ନିକଟରେ ଗଛରେ ଶ୍ରୀକାନ୍ତଙ୍କ ଝୁଲନ୍ତା ଶରୀର ଦେଖି ସ୍ଥାନୀୟ ଗ୍ରାମବାସୀ ବୈପାରୀଗୁଡା ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ପରିବାର ଲୋକେ ପହଂଚି ଝୁଲନ୍ତା ମରଶରୀର ଉଦ୍ଧାର କରିଥିବା ବେଳେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ବୈପାରୀଗୁଡା ପୋଲିସ ସୂଚନା ଦେଇଛି ।
