କୋଟିଆରେ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ
ଜୟପୁର : କୋଟିଆ ପଂଚାୟତର ସୀମାନ୍ତ ଗ୍ରାମ ଧୁଳିପଦର ଗ୍ରାମରେ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ପିଡିକା ରାଜନା ଦୋରା ଗସ୍ତ କରିଛନ୍ତି । ଅନ୍ଧ୍ର ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ନେଇ ବୈଠକ ମାଧ୍ୟମରେ ସଚେତନତା କରାଇଥିଲେ । ଏହି ସମୟରେ ଉପସ୍ଥିତ ଗ୍ରାମବାସୀ ଉପ ମୁଖ୍ୟମନ୍ତ୍ରୀ ଦୋରା ଙ୍କୁ ସ୍ୱାଗତ ଜଣାଇ ସୀମାନ୍ତ ଅଂଚଳବାସୀ କିପରି ଆନ୍ଧ୍ର ରାଜ୍ୟର ଯୋଜନା ଅଧିକାରୁ ଅଧିକ ପାଇବେ ସେ ସହଯୋଗ କାମନା କରିଥିଲେ । ଗ୍ରାମବାସୀଙ୍କ ମତାମତକୁ ରକ୍ଷା କରି ଆନ୍ଧ୍ର ରାଜ୍ୟ ସରକାର ସୀମାନ୍ତ ଗ୍ରାମବାସୀଙ୍କ ଉନ୍ନତି କ୍ଷେତ୍ରରେ ସବୁବେଳେ ଚେଷ୍ଟିତ ଏବଂ ସୀମାନ୍ତ ଗ୍ରାମବାସୀଙ୍କ ନିକଟରେ ଯାହାବି ଉନ୍ନୟନ ମୂଳକ କାର୍ଯ୍ୟ ପହଂଚି ପାରିଛି ତାହା ଆନ୍ଧ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ଭବ ହୋଇ ପାରିଛି ବୋଲି ପ୍ରକାଶ କରି ବର୍ତମାନ ଅନେକ କିଛି ଯୋଜନା ପ୍ରସ୍ତୁତ କରାଯାଇଛି ତାହା ଆସନ୍ତା ଦିନରେ ସମସ୍ତ ସୀମାନ୍ତ ଗ୍ରାମବାସୀଙ୍କ ପାଖରେ ପହଂଚିବ ବୋଲି ଉପ ମୁଖ୍ୟମନ୍ତ୍ରୀ ଦୋରା ଘୋଷଣା କରିଥିଲେ ।
