ହୃଦ୍ ରୋଗ ଆକ୍ରାନ୍ତ ଯୁବକଙ୍କ ପାଇଁ ଅର୍ଥ ସାଜିଚି ବାଧକ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ବିଲଣା ପଞ୍ଚାୟତ ଅଧୀନ ଗଳଗଣ୍ଡପୁର ଗ୍ରାମର କୁଳମଣି ବାରିକଙ୍କ ପୁଅ ମନୋଜ ବାରିକ ହୃଦ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସେ ଜଣେ ଗରିବ ପରିବାରର ଯୁବକ ହୋଇଥିବାରୁ ତାଙ୍କର ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ୭ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ତାଙ୍କ ବାପା ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ଆବଶ୍ୟକ କରୁଥିବା ଅର୍ଥ ଯୋଗାଡ଼ କରିବା ତାଙ୍କ ପକ୍ଷରେ ସମ୍ଭବ ହୋଇପାରୁନାହିଁ । ଯୁବକଙ୍କ ବାପା ଯାହା ରୋଜଗାର କରନ୍ତି ପରିବାର ପ୍ରତିପୋଷଣରେ ନିଅଣ୍ଟ ହୁଏ । ପୁଅ ମନୋଜକୁ ଚିକିତ୍ସା କରାଇବା ପାଇଁ ତାଙ୍କ ପାଖରେ ଆର୍ଥିକ ସମ୍ବଳ ନଥିବାରୁ ସେ ଦୁଃଖରେ ଭାଂଗି ପଡ଼ିଛନ୍ତି । ଅଦ୍ୟାବଧି ଚାଳଘରେ ରହୁଥିବା କୁଳମଣି ପୁଅର ଅସ୍ତ୍ରୋପଚାର ପାଇଁ ୭ଲକ୍ଷ ଟଙ୍କା ଯୋଗାଡ଼ କରିବା ନେଇ ସେ ଚିନ୍ତିତ ହୋଇ ପଡ଼ିଛନ୍ତି । ତେବେ କୌଣସି ସହୃଦୟ ବ୍ୟକ୍ତି କିମ୍ବା ସାମାଜିକ ଅନୁଷ୍ଠାନ ମନୋଜର ଚିକିତ୍ସାପାଇଁ ସହଯୋଗର ହାତ ବଢ଼ାଇଲେ ମନୋଜର ଜୀବନ ରକ୍ଷା ହୋଇ ପାରନ୍ତା । ଚିକିତ୍ସାଧୀନ ମନୋଜଙ୍କ ଫୋନ ପେ ନମ୍ବର ୯୦୪୦୪୦୫୦୮୦ ଓ ଯୋଗାଯୋଗ ନମ୍ବର ୭୦୦୮୧୦୪୨୦୦ରେ ଯୋଗାଯୋ କରି ସହାୟତା ଦେବା ପାଇଁ ଯୁବକଙ୍କ ବାପା ନିବେଦନ କରିଛନ୍ତି ।
