୧୩ରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ, ଉଦଘାଟନ କରିବେ କେନ୍ଦୁଝର ସରକାରୀ ଭେଷଜ ମହାବିଦ୍ୟାଳୟ
କେନ୍ଦୁଝର : ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଜିଲା ଗସ୍ତ କରି ଉଦ୍ଘାଟନ ଓ ଶିଳନ୍ୟାସ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଚଳିତମାସ ୧୩ ତାରିଖ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ସହ କେତେବ ପ୍ରକଳ୍ପର ଶିଳାନ୍ୟାସ କରିବା ନେଇ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହେଲିକେପ୍ଟର ଯୋଗେ ଆସି ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ସମ୍ମୁଖ ପଡିଆରେ ଓହ୍ଲାଇବା ପରେ ମେଡିକାଲ କଲେଜରେ ନବନିର୍ମିିତ ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ସରକାରୀ ଭେଷଜ ମହାବିଦ୍ୟାଳୟର ଶୁଭ ଉଦ୍ଘାଟନ କରିବେ । ମେଡିକାଲ କଲେଜ ଅଡିଟୋରିୟମରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ଏଥିସହ କେନ୍ଦୁଝର ଜିଲାର ରାଷ୍ଟ୍ରଦେବ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ନବନିର୍ମିିତ ଭୋଗମଣ୍ଡପ, ବୋଦାପଳସାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ୧୦୦ଶର୍ଯ୍ୟା ବିଶିଷ୍ଟ ଛାତ୍ରୀନିବାସ ଓ ୨୦୦ଶର୍ଯ୍ୟା ବିଶିଷ୍ଟ ଛାତ୍ରାବାସର ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏତଦ୍ବ୍ୟତୀତ ବାଂଶପାଳ, ସାହାରପଡା ଓ ତେଲକୋଇଠାରେ ନିର୍ମାଣ ହେବାକୁଥିବା ଇ-ଲାଇବ୍ରୋରୀର ଶିଳାନ୍ୟାସ କାର୍ଯ୍ୟକ୍ରମ ସମେତ ଜିଲାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳନ୍ୟାସ କରାଯିବ ବୋଲି ସୂଚନା ମିଳିଛି ।
।
