ମା ତାରିଣୀଙ୍କ ହୁଣ୍ଡି ଗଣତି : ମିଳିଲା ୨୨ ଲକ୍ଷ ୩୦ହଜାର ଟଙ୍କା
କେନ୍ଦୁଝର : ମା ତାରିଣୀ ମନ୍ଦିର ହୁଣ୍ଡି ଗଣତି କାର୍ଯ୍ୟ ଗତକାଲି ଅନୁଷ୍ଠିତ ହୋଇଯାଇଛି । ହୁଣ୍ଡିରୁ ୨୨ ଲକ୍ଷ ୩୦ହଜାର ୨୩୬ଟଙ୍କା ସହ ୪୯ ଗ୍ରାମ ୬୮୦ ମିଲିଗ୍ରାମ ସୁନା, ୬୪୮ ଗ୍ରାମ ୯୪୦ ମିଲିଗ୍ରାମ ରୁପା ମିଳିଛି । ସମ୍ବଲପୁର ଡିଭିଜିନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତର ନିରୀକ୍ଷକ ତ୍ରିଲୋଚନ ନାୟକ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ପୁଲିସ କର୍ମଚାରୀଙ୍କ ଉପସ୍ଥିତରେ ମନ୍ଦିର ବେଢ଼ା ଭିତର ଓ ବାହାରେ ମୋଟ ୧୩ ଗୋଟି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା । ଗଣତି କାର୍ଯ୍ୟରେ ମନ୍ଦିର ବରିଷ୍ଠ ଆକାଉଣ୍ଟାଣ୍ଟ ଅକ୍ଷୟ କୁମାର ବେହେରା, ଅବନୀ କୁମାର ଜେନା, ତରଣୀସେନ ରାଉତ, ଶରତ କୁମାର ବେହେରା, ହରେକୃଷ୍ଣ ପଲେଇ, ମହେଶ୍ୱର ସାହୁ ଶ୍ରୀକାନ୍ତ ଦେହୁରୀ, ଅରୁଣ କୁମାର ନାଏକ, ନବୀନ ମହାନ୍ତ, ପ୍ରଦୀପ କୁମାର ନାଏକ, ନାରାୟଣ ମୁଖି, ଚନ୍ଦ୍ରା ମୁଖି, ହରିହର ମହାନ୍ତ, ନକୁଳ ବେଜ, ବାବୁଲି ଶା, ପୁଲିସ କର୍ମଚାରୀ ମଦନ ମୋହନ ପୂର୍ତି, ଷ୍ଟେଟବ୍ୟାଙ୍କ ଅଧିକାରୀ ଦିବ୍ୟାଲୋଚନ ମହାନ୍ତ ଓ ବେଣୁଧର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
