ବିଜେପି ରାଜ୍ୟ ସଭାପତି ଙ୍କ ବୋଡ଼କ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ
ତିହିଡ଼ି : ଆସନ୍ତା ୧୦ ତାରିଖରେ କେନ୍ଦ୍ର ସରକାରଙ୍କ ଯୋଜନାରେ ଲାଭାର୍ଥୀ ମାନଙ୍କୁ ନେଇ ତିହିଡ଼ି ବ୍ଲକ ଅଧୀନ ବୋଡ଼କ ଠାରେ ଏକ ସମ୍ମିଳନୀ ଅନୁଷ୍ଠିତ ହେବ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଧାମନଗର ବିଧାୟକ ସୁର୍ଯ୍ୟବଂଶୀ ସୁରଜ ଏବଂ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ବୁଧବାର ଅପରାହ୍ନରେ ବୋଡ଼କ ପଞ୍ଚାୟତର ଅଣ୍ଡରାଇ ଠାରେ ବିଜେପି ଐଶାନ୍ୟଚଣ୍ଡୀ ମଣ୍ଡଳ ସଭାପତି ପ୍ରମୋଦ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେପି ନେତା ଦୁର୍ଗା ଚରଣ ନାୟକ, ଉମାକାନ୍ତ ଦାସ,କାନ୍ତକବି ମଣ୍ଡଳ ସଭାପତି ତପନ କୁମାର ପାଢୀ, ସହୀଦ ମଣ୍ଡଳ ସଭାପତି ଅଜୟ କୁମାର ବଳ, ଶରତ ନାୟକ, ଭରତ ସାହୁ, ସଂଗ୍ରାମ ମହାନ୍ତି, ଲକ୍ଷ୍ମୀପ୍ରିୟା ନାୟକ, ରମେଶ ଚନ୍ଦ୍ର ରାଉତ, ସୁରେନ୍ଦ୍ର ନାୟକ, ବିଜୟ ଚଢେଇ, ସଞ୍ଜୟ ବେହେରା, ପ୍ରଦୀପ ଦାସ, ଶରତ ଦାସ, ପ୍ରଭାତ ଜେନା, ରମାକାନ୍ତ ମଳିକ, ବିଜୟ ଜେନା, ସନ୍ତୋଷ ଦାସ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଏହି ସମ୍ମିଳନୀ ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
