ଅନନ୍ତ ବାସୁଦେବ ମନ୍ଦିରରୁ ଚନ୍ଦନ ଗଛ ଚୋରି
କୋରାଇ : ଭୁବନେଶ୍ୱରପୁର ପଂଚାୟତ ଅନ୍ତର୍ଗତ ବଳରାମପୁର ଗ୍ରାମର ବୁଢ଼ାନଦୀ କୂଳରେ ଥିବା ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଥିବା ଚନ୍ଦନ ଗଛକୁ କେହି ଦୃବୃର୍ତ ରାତ୍ରୀ ସମୟରେ କାଟି ଚୋରି କରିବା ନେଇ ଥାନାରେ ଅଭିଯୋଗ ହୋଇଛି । ମନ୍ଦିର କମିଟି ପକ୍ଷରୁ ଭଗତପୁର ଗ୍ରାମର ଶିବ ପ୍ରସାଦ ସାହୁ ଏନେଇ ଯାଜପୁର ସଦର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଲକ୍ଷାଧିକ ଟଙ୍କାର ଏକ ଚନ୍ଦନ ଗଛ ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଥିଲା । ମେସିନ ସାହାଯ୍ୟରେ କାଟି କେହି ରାତ୍ରୀ ସମୟରେ ଚୋରି କରିଥିବା ବେଳେ ଗଛ ଡାଳଗୁଡ଼ିକ ମନ୍ଦିର ପରିସରରେ ପଡ଼ିରହିଛି । ଏନେଇ ତଦନ୍ତ କରାଯାଇ ଦୃବୃର୍ତକୁ ଚିହ୍ନଟ କରିବା ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ଦିର କମିଟି ପକ୍ଷରୁ କୁହାଯାଇଛି ।
