ସୁପ୍ରିମ୍ କୋର୍ଟର ୫ଜଣ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଲେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼
ନୂଆଦିଲ୍ଲୀ : ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ସୋମବାର ଦିନ ସୁପ୍ରିମ୍ କୋର୍ଟ ପାଇଁ ନବ ନିଯୁକ୍ତ ୫ଜଣ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ଆଜି ଶପଥ ଗ୍ରହଣ କରିଥିବା ନୂଆ ବିଚାରପତିମାନେ ହେଲେ, ଜଷ୍ଟିସ୍ ପଙ୍କଜ ମିଥଲ୍, ଜଷ୍ଟିସ୍ ସଞ୍ଜୟ କରୋଲ୍, ଜଷ୍ଟିସ୍ ପି. ଭି. ସଞ୍ଜୟ କୁମାର, ଜଷ୍ଟିସ୍ ଅସାନୁଦ୍ଦୀନ ଅମନୁଲ୍ଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ର । କେନ୍ଦ୍ର ସରକାର ସେମାନଙ୍କୁ ନିଯୁକ୍ତି ଦେଇଥିଲେ । ଏଥିପାଇଁ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଶନିବାର ଦିନ ବିଜ୍ଞପ୍ତି ଜାରି କରିଥିଲା ।
