ସଂସଦର ଉଭୟ ସଦନର ହଟ୍ଟଗୋଳ ପାଇଁ ସ୍ଥଗିତ
ନୂଆଦିଲ୍ଲୀ : ସଂସଦର ଉଭୟ ସଦନରେ ଆଜି ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ କାରଣରୁ ଉଭୟ ଗୃହକୁ ଦିନ ୨ଟା ଯାଏ ସ୍ଥଗିତ କରି ଦିଆଯାଇଛି । ଲୋକସଭାରେ ବାଚସ୍ପତି ଓମ ବିରଲା ବିରୋଧୀଦଳ ମାନଙ୍କ ସଦସ୍ୟ ମାନଙ୍କୁ ଆଲୋଚନାରେ ଅଂଶଗ୍ରହଣ କରିବାକୁ ଅପିଲ କରିଥିଲେ । ହେଲେ ବିରୋଧୀ ଦଳର ସଦସ୍ୟ ମାନେ ଅଡାନୀ ମାମଲାରେ ଜେପିସି ତଦନ୍ତ ଦାବିରେ ସେମାନଙ୍କ ଜିଦରେ ଅଟଳ ରହିଥିଲେ । ଏହି କାରଣରୁ ବାଚସ୍ପତି ହଟ୍ଟଗୋଳକୁ ଏଡାଇବାକୁ ଯାଇ ଗୃହକୁ ୨ ଟା ଯାଏ ମୁଲତବୀ ରଖିଥିଲେ । ସେହିପରି ରାଜ୍ୟସଭାରେ ମଧ୍ୟ ଉପ ରାଷ୍ଟ୍ରପତି ସମାନ ପ୍ରସଙ୍ଗରେ ହଟ୍ଟଗୋଳ କାରଣରୁ ଗୃହକୁ ୨ଟା ଯାଏ ସ୍ଥଗିତ ରହିଲା ବୋଲି ଘୋଷଣା କରିଥିଲେ ।
