ଉଦ୍ଯାପିତ ହେଲା୨୧ତମ ପ୍ରତିଭା ମହୋତ୍ସବ ସଂସ୍କାରଯୁକ୍ତ ପ୍ରତିଭା ପାଇଁ ପ୍ରକୃତ ପ୍ରତିଭା
ଖଇରା : ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରା ଦୁର୍ଗାମଣ୍ଡପରେ ପ୍ରତିଭା ପରିବାରର ୨ଦିନିଆ ମହୋତ୍ସବ ରବିବାର ଦିନ ସ୍ଥାନିୟ କଳାକାର,ସଂସ୍କୃତି ବିଭାଗ ପ୍ରଦତ୍ତ ଶିଳ୍ପିକା ଗ୍ରୁପ ଏବଂ ଭୁବନେଶ୍ୱର ସଙ୍ଗୀତ ସରଗମର କଳାକାର ମାନଙ୍କ ନୃତ୍ୟଜୀତର ତାଳେ ତାଳେ ଉଦ୍ଯାପିତ ହୋଇ ଯାଇଛି । ପୂର୍ବାହ୍ନରେ ଆୟୋଜିତ ନୃତ୍ୟ ପ୍ରତିଯୋଗିତାକୁ ଅକ୍ଷୟ କୁମାର ବାରିକ ଓ ବସନ୍ତ କୁମାର ଖିଲାର ଉଦ୍ଘାଟନ କରିଥିବା ବେଳେ ଦେବେନ୍ଦ୍ର ରାଉତ ସଭାପତିତ୍ୱ କରିଥିଲେ । ଅପରାହ୍ନରେ ଆୟୋଜିତ ସାଧାରଣ ସଭାରେ ଉପଦେଷ୍ଟା ଡା ହରେକୃଷ୍ଣ ରାଉତ ସଭାପତିତ୍ୱ କରିଥିଲେ ।ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଙ୍ଗଠନ ଗ୍ରାମାଞ୍ଚଳରେ ପ୍ରତିଭା ଚିହ୍ନଟକୁ ପ୍ରାଥମିକତା ଦେଇଥିବାରୁ ଧନ୍ୟବାଦର ପାତ୍ର ବୋଲି କହିଥିଲେ । ଅବସରପ୍ରାପ୍ତ ଇଂରାଜୀ ପ୍ରଧ୍ୟାପକ ଡ ବ୍ରଜମୋହନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବର୍ତ୍ଥମାନ କ୍ଷମତାରେ ରହୁଥିବା ପ୍ରଶାସନିକ ଅଧିକାରୀଙ୍କ ପ୍ରତିଭାକୁ ତାଛଲ୍ୟ କରିଥିଲେ । ସଂସ୍କାରଯୁକ୍ତ ପ୍ରତିଭା ହିଁ ପ୍ରକୃତ ପ୍ରତିଭା ବୋଲି ପ୍ରକାଶ କରିଥିଲେ । ବୁଦ୍ଧିରାମ ପାଣିଗ୍ରାହୀ ସମ୍ମାନନୀୟ ଅତିଥି ଭାବେ ଏବଂ ଉମେଶ ଚନ୍ଦ୍ର ନାୟକ ବିବରଣୀ ପାଠ କରିଥିଲେ । ଏହି ଅବସରରେ କୈଳାସ ଚନ୍ଦ୍ର ବେହେରା,ଜଗତାନନ୍ଦ ମହାନ୍ତି,ପିତାମ୍ବର ମହାପାତ୍ର,ମହେଶ୍ୱର ପଣ୍ଡା ଙ୍କ ସମେତ ନୃତ୍ୟ ସଙ୍ଗୀତରେ ପରାକାଷ୍ଠା ଦେଖାଇଥିବା ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶଶିକାନ୍ତ ଦାସ ଓ ବିଷ୍ଣୁପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । କୁଞ୍ଜଲତା ମାହୁନ୍ତ,ରୀତାରାଣୀ ଦାସ,ବିମନ ବାରିକ,ବିଭୁତି ଭୁଷଣ ତ୍ରୀପାଠୀ,ସ୍ମୃତିରେଖା ସେଠୀ,ସୁରମା ପାଣି,ସୁଲୋଚନା ଭୋଳ,ସ୍ନେହଲତା ପରିଡା,ସତ୍ୟ ସରଗମ ସାହୁ,ପ୍ରଶାନ୍ତ ଦାସ,ନରେନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ ।
