ସିଏମସିର ଅଭିଯୋଗ ସମାଧାନ ସଭା
କଟକ : କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ସିଏମସି କାର୍ଯ୍ୟାଳୟରେ ଏକ ଅଭିଯୋଗ ସମାଧାନ ସଭା ଅନୁଷ୍ଠିତ ହୋଇଯାଇଛି । ସିଏମସି କମିଶନର ନିଖିଲ ପୱନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଭିନ୍ନ ଅଭିଯୋଗର ପ୍ରତିକାର ନେଇ ଶୁଣାଣି କରାଯାଇଥିଲା । ଏଥିରେ ସମୁଦାୟ ୫ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସେଥିମଧ୍ୟରେ ଗୋଟିଏ ଏନ୍ଫୋର୍ସମେଣ୍ଟ , ଗୋଟିଏ ରାଜସ୍ୱ ସମ୍ବନ୍ଧିତ, ଗୋଟିଏ ବସ୍ତି ଉନ୍ନୟନ, ଗୋଟିଏ ଇଂଜିନିୟରିଂ ଓ ପାନୀୟ ଜଳ ସମ୍ବନ୍ଧିତ ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଅନୁଷ୍ଠିତ ସଭାରେ କମିଶନର ଶ୍ରୀ କଲ୍ୟାଣଙ୍କ ସମେତ ଅତିରିକ୍ତ କମିଶନର ଅନାମ ପାତ୍ର, ଡେପୁଟି କମିଶନର ସଂଜୀବୀତା ରାୟ, ସହକାରୀ ପ୍ଲାନିଂ ଅଫିସର, ବସ୍ତି ଉନ୍ନୟନ ଅଧିକାରୀ ଶ୍ୱେତପଦ୍ମା ଡି. ଶତପଥୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
