ବଡମ୍ବାରେ ପୁଣି ହାତୀ ମୃତ୍ୟୁ, ଚୋରି ହୋଇଛି ଦାନ୍ତ
କଟକ : କଟକ ଜିଲା ବଡମ୍ବା ରେଞ୍ଜ ମାଣିଆବନ୍ଧ ବିଟ ଅଧିନ ହିନ୍ଦୋଳ କମ୍ପାଟମେଣ୍ଟ ନଂ ୧ ସ୍ଥିତ ହିପିଣ୍ଡା ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତି ଅଞ୍ଚଳରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତ୍ରିରେ କେହି ଗୁଳି କରିଥିବା ସନ୍ଦେହ କରୁଛି ବନ ବିଭାଗ । ହାତୀର ଦାନ୍ତ ଚୋରି ହୋଇଥିବା ସୂଚନା ।
ଆଜି ସକାଳ ସମୟରେ ସ୍ଥାନୀୟ ଲୋକେ କିଛି ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ମୃତ ହାତୀକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ପରେ ଅପରାହ୍ନରୁ ଏପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ହାତୀର ମୃତ ଦେହ କେଉଁ ଜାଗାରେ ପଡି ରହିଛି ତାହା ସ୍ପଷ୍ଟ ହୋଇନି ବୋଲି ରେଞ୍ଜର ସୁବ୍ରତ କୁମାର ବେହେରା ସୂଚନା ଦେଇଛନ୍ତି । ଘଟଣା ସ୍ଥଳରେ ଆଠଗଡ଼ ବନଖଣ୍ଡ ଅଧିକାରୀ ଡ଼ ଯଜ୍ଞଦତ୍ତ ପତି ମଧ୍ୟ ତଦନ୍ତରେ ସାମିଲ ଥିବା ଜଣାପଡିଛି ।
