କଂଗ୍ରେସର ବନ୍ଧୁମିଳନ ଓ କର୍ମୀସମ୍ମିଳନୀ
ତିହିଡ଼ି : ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକର ସୟା ପଞ୍ଚାୟତରେ କଂଗ୍ରେସର ଏକ ବଂଧୁମିଳନ ଓ କର୍ମୀ ସମ୍ମିଳନୀ ବ୍ଲକ ସଭାପତି ସରୋଜ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ନେତା ଅଶୋକ କୁମାର ଦାସ ଯୋଗ ଦେଇ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ପଞ୍ଚାୟତର ପଞ୍ଚାୟତ କମିଟି, ବୁଥ୍ କମିଟି ଗଠନ କରି ତ୍ରୁଣମୂଳ ସ୍ଥରରୁ ଦଳକୁ ସୁଦୃଢ଼ କରିବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସମ୍ମିଳନୀରେ ଯୁବକଂଗ୍ରେସ ସଭାପତି ଶ୍ରଦ୍ଧାପ୍ରକାଶ ନାୟକ, ବାସୁଦେବପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ସଭାନେତ୍ରୀ ଝରଣା ମହାନ୍ତି, କାର୍ଯ୍ୟକାରୀ ସଭାପତି ଗଣେଶ ମଳିକ, ପଞ୍ଚାୟତ ସଭାପତି ଶିବ ପ୍ରସାଦ ନାୟକ, ସୌମ୍ୟଗୋପାଳ ନାୟକ, ବଳରାମ କବି, ନାଗେଶ୍ୱର ନାୟକ, ନାରାୟଣ ନାୟକ, ନାରାୟଣ ବାରିକ, ମଧୁସୂଦନ ମଳିକ, ବଙ୍କା ମହାନ୍ତି, ଘନଶ୍ୟାମ ମାହୁନ୍ତ, ହରିହର ନାୟକ, କୈଳାସ ପାତ୍ର, ଲକ୍ଷ୍ମୀକାନ୍ତ ମହାନ୍ତି ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇଥିଲେ ।
