ସିକୁରିଟି ଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ
ଖଇରା : ୧ବାଲେଶ୍ୱର ଜିଲା ଖଇରା ଥାନା କଇଥଗଡିଆ ପଞ୍ଚାୟତ ପାତ୍ରଖୁଣ୍ଟା ଗ୍ରାମର ଚିନ୍ମୟ ପାତ୍ର(୧୮)ଙ୍କ ମୃତ ଶରୀର କୁ ରବିବାର ସକାଳେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଚିନ୍ମୟ ଏକ କ୍ରସରରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି । ଶନିବାର ବଇଞ୍ଚଖୁଣ୍ଟା ଗ୍ରାମରେ ଚାଲିଥିବା ଯଜ୍ଞରୁ ଖାଇସାରି ଫେରିଥିଲେ । ରବିବାର ସକାଳେ ତାଙ୍କ ମୃତ ଶରୀର ସାନନୁଆଗାଁ ଗ୍ରାମ ନିକଟସ୍ଥ ଏକ ଗଛରେ ଝୁଲୁଥିବା ଗ୍ରାମବାସୀ ଦେଖି ପରିବାର ଓ ପୋଲିସକୁ ଜଣାଇଥିଲେ । ବଡଭାଇ ଭଗବାନ ପାତ୍ରଙ୍କ ଅଭିଯୋଗ କ୍ରମେ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।
