ତୁଡିଗଡିଆ ସରସ୍ୱତି ଶିଶୁ ମନ୍ଦିରର ବାର୍ଷିକୋତ୍ସବ
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ।ଧୀନ ତୁଡିଗଡିଆସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ୧୨ତମ ବାର୍ଷିକୋତ୍ସବ ସଭା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଶୁକ୍ରବାର ଦିନ ଆୟୋଜିତ ହୋଇ ଯାଇଛି ।ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ପରିଚାଳନା କମିଟିର ସଭାପତି କମଳାକାନ୍ତ ପାଣିଗ୍ରାହୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଯୁବନେତା ଇଂ ରାଜେଶ ମହାକୁଡ ମୁଖ୍ୟଅତିଥି,ସ୍ଥାନୀୟ ସରପଞ୍ଚ ମଦନମୋହନ ସାନ୍ତରା ମୁଖ୍ୟବକ୍ତା,ଉପସଭାପତି ମହେଶ୍ୱର ନାଥ,ଆଚାର୍ଯ୍ୟ ଜିତେନ୍ଦ୍ର ରାମ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ ଆନନ୍ଦ ନାୟକ ବିବରଣୀ ପାଠ କରିଥିବା ବେଳେ ମୁଖ୍ୟଅତିଥି ମହାକୁଡ ନିଜସ୍ୱ ଅର୍ଥରେ ବିଦ୍ୟାଳୟ ପାଇଁ ଆବଶ୍ୟକ ବେଞ୍ଚ,ଡେସ୍କ ଓ ଏକ ଶ୍ରେଣୀକକ୍ଷ ପ୍ରଦାନ ପାଇଁ ପ୍ରତିଶୃତି ଦେଇଥିଲେ ।
