ମାଲକାନଗିରିରେ ୩ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ସାଧାରଣତନ୍ତ୍ର ଦିବସକୁ ମାଲକାନଗିରି ଜିଲ୍ଳାରେ ମାଓବାଦୀ ମାନେ ପ୍ରତିବର୍ଷ କଳା ଦିବସ ରୂପେ ପାଳନ କରି ଆସୁଥିଲେ, ହେଲେ ମାଲକାନଗିରି ଜିଲ୍ଲାର ବିଭିନ୍ନ ମାଓ ପ୍ରବଣ ଅଂଚଳରେ ସୀମାସୁରକ୍ଷା ବଳ ନିୟୋଜିତ ହେବାପରେ ମାଓ ଗତି ବୃଦ୍ଧି ହ୍ରାସ ପାଇବାରେ ଲାଗିଛି । ଏପରିକି ଯବାନଙ୍କ ଭୟ ଯୋଗୁଁ ଅନେକ ମାଓ ସମର୍ଥକ ସଂଗଠନ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରି ସାଧାରଣ ଜୀବନ ବିତାଉଛନ୍ତି । ଗତକାଲି ଓଡ଼ିଶା ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ମାଥିଲି ଦଲଦଲି ଅଂଚଳରୁ ଜଣେ ମହିଳାଙ୍କ ସମେତ ୩ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନେ ସମସ୍ତେ ଛତିଶଗଡ଼ କାଙ୍ଗରେ ଘାଟି ଏରିଆ କମିଟିରେ ପାର୍ଟି ମେମ୍ବର ଥିଲେ । ଏଡିଜି ଅପରେସନ ଅମିତାଭ ଠାକୁର ଓ ଏଡିଜି ଏସଆଇଡବ୍ଲୁ ଅନିରୁଦ୍ଧ ସିଂ ଙ୍କ ଉପସ୍ଥିତିରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ଏ ନେଇ ଗୁଇନ୍ଦା ନିର୍ଦେଶକ ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି ।
