ତୁଳସୀ ପାହାଡ଼ରୁ ବିପୁଳ ମାଓ ସାମଗ୍ରୀ ଜବତ
ମାଲକାନଗିରି : ଗତକାଲି ଡିଭିଏଫ ଓ ଏସଓଜି ଜବାନମାନେ ମାଥିଲି ଥାନା ଅନ୍ତର୍ଗତ ଛତିଶଗଡ ରାଜ୍ୟ ସୀମାକୁ ଲାଗିରହିଥିବା ତୁଳସୀ ପାହାଡ଼ରେ କୁମ୍ବିଂ ବେଳେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ଜବତ ସାମଗ୍ରୀ ଭିତରେ ରହିଛି ଗୋଟିଏ ଏସଏଲଆର ପିସ୍ତଲ ସହ ୫ଟି ବନ୍ଧୁକ, ୬ଟି ବିଜିଏଲ, ୧୪ ଟି ଲ୍ଯାଣ୍ଡମାଇନ, ଜୀବନ୍ତ ଗୁଳି, ଡିଟୋନେର, ଜିଲୋଟିନ୍ ଷ୍ଟିକ । ମାଓବାଦୀ ମାନେ ଛତିଶଗଡ – ଓଡିଶା ସୀମାନ୍ତରେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଏହି ବିସ୍ଫୋରକ ସାମଗ୍ରୀ ଗୁଡିକ ଏଠାରେ ଲୁଚାଇ ରଖିଥିଲେ ବୋଲି ପୋଲିସ ଅନୁମାନ କରୁଛି ।
