କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗୁଣି ଚରଣ କୁଅଁର ଙ୍କୁ ଅଭିନନ୍ଦନ
କେନ୍ଦୁଝର : ଯଶସ୍ୱୀ ଙ୍କଢେଇ ନୃତ୍ୟ ଶିଳ୍ପୀ ତଥା ଗୁରୁ ମାଗୁଣି ଚରଣ କୁଅଁର ମର୍ଯ୍ୟାଦା ଜନକ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ଅଭିନନ୍ଦନ ଜଣାଯାଉଛି । ଜିଲ୍ଲାପାଳ ଆଶିଷ ଠାକେରେ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଓରମାସ ର ଯୁଗ୍ମ ସି ଇ ଓ ସପନ ଗୋସ୍ୱାମୀ ନିର୍ବାହ ଅଧିକାରୀ ବିଷ୍ଣୁ ପ୍ରସଦ ଆଚାର୍ଯ୍ୟ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ମିତା ରାଉତ, ସମଗ୍ର ଶିକ୍ଷାର ଜିଲ୍ଲା ଜନଜାତି ଶିକ୍ଷା ସଂଯୋଜକ ଦୁର୍ଗା ପ୍ରସାଦ ଲାୟକ ପ୍ରମୁଖ ତା ୨୬-୦୧-୨୦୨୩ ରିଖ ଗୁରୁବାର ସକାଳେ ଶ୍ରୀ ମାଗୁଣି କୁଅଁର ଙ୍କ ପୁରୁଣା ସହର ବୈଦରାଜସ୍ଥିତ ବାସଭବନ କୁ ଯାଇ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରିଥିଲେ । ଶ୍ରୀ କୁଅଁର ଙ୍କ ଭବିଷ୍ୟତ ଯୋଜନା କଣ୍ଢେଇ ନୃତ୍ୟର ବିକାଶଓ ପ୍ରଚାର, ପ୍ରସାର ସମ୍ପର୍କ ରେ ଆଲୋଚନା କରି ଏ ଦିଗରେ ପ୍ରଶାସନ ତରଫରୁ ସହଯୋଗ କରାଯିବ ବୋଲି ଜିଲ୍ଲା ପରିଷଦ ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆଚାର୍ଯ୍ୟ କହିଥିଲେ ।
