ଇଟାଲୀୟ ଦଂପତି ଙ୍କ କୁଲଡିହା ଭ୍ରମଣ
ନୀଳଗିରି : ଇଟାଲିର ଦୁଇ ଦଂପତି ଇଟାଲିରୁ ଆସି ଦିଲ୍ଲୀରେ ପହଂଚି ଦିଲ୍ଲୀରୁ ଏକ ମଟର ସାଇକେଲରେ କଲିକତାରେ ପହଂଚିଥିଲେ । କଲିକତାରୁ ଏକ ବୁଲେଟ ଗାଡ଼ିରେ ବାଲେଶ୍ୱରରେ ପହଂଚିବା ପରେ ଇଂଟରନେଟ ମାଧ୍ୟମରେ ପଂଚଲିଙ୍ଗେଶ୍ୱରରେ ଥିବା ସାଇ ହିଲ ଭ୍ୟୁ ରିସୋର୍ଟକୁ ସର୍ଚ୍ଚ କରି ପଂଚଲିଙ୍ଗେଶ୍ୱରରେ ପହଂଚିଥିଲେ । ଦଂପତି ପରିବାର ଉକ୍ତ ରିସୋର୍ଟରେ ୨ଦିନ ପାଇଁ ରହିଥିଲେ । ଏଠାରେ ଥିବା କୁଲଡିହା ଅଭୟାରଣ୍ୟର ଖୁମକୁଟ୍ , ବିଶେଶ୍ୱର ମନ୍ଦିର , ପଂଚଲିଙ୍ଗେଶ୍ୱର ଶୈବପୀଠବୁଲି ଦେଖିଥିଲେ । ଟୁରିଷ୍ଟ ଗାଇଡ ମନୋରଂଜନ ଦାଶଙ୍କ ତତ୍ୱାବଧାନରେ ଇଟାଲିୟ ଦଂପତି ପ୍ରାକୃତିକ ପରିବେଶକୁ ବେଶ୍ ଉପଭୋଗ କରିଥିଲେ । ସେମାନେ ଇଟାଲିରୁ ନଭେମ୍ବର ୧୪ ତାିରଖରୁ ବାହାରି ଭାରତର ବିଭିନ୍ନ ସ୍ଥାନ ବୁଲି ମାର୍ଚ୍ଚ ୪ ତାରିଖରେ ଇଟାଲି ଫେରିଯିବେ ବୋଲି ପ୍ରକାଶ କରିଛନ୍ତି । ଓଡ଼ିଶାର ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଓ ବଡ଼ିଚୁରା ଇଟାଲିୟ ଦଂପତିଙ୍କର ମନପସନ୍ତ ଖାଦ୍ୟ ହୋଇଥିବା ବେଳେ ପନିର ମସଲା ଓ ଡାଲମା, ରୁଟି ସେମାନଙ୍କ ପାଇଁ ସୁସ୍ୱାଦ ଖାଦ୍ୟ ପାଲଟିଥିଲା । ଓଡ଼ିଶାର ପଖାଳ, ବାଇଗଣ, ବଡିଚୁରା ଦଂପତିଙ୍କ ମନକୁ ବେଶ୍ ରୁଚିକର ଥିଲା । ଇଟାଲିୟ ଦଂପତି ହେଲେ ଫ୍ରାନକୋଜ ଖ୍ରୀଷ୍ଟଫ ଓ ମାର୍କେରିଟା ଇଭାସେ ।
