ଭଦ୍ରକ ସମେତ ରାଜ୍ୟର ବହୁ ବିଡି ଶ୍ରମିକ ଦୁଃଖ ଜଣାଇଲେ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ
ଭଦ୍ରକ : ଭଦ୍ରକ ସମେତ ରାଜ୍ୟର ବହୁ ଜିଲାର ବିଡି ଶ୍ରମିକମାନେ ଓଡ଼ିଶା ରାଜ୍ୟ ବିଡି ଶ୍ରମିକ ସଂଘ ମାଧ୍ୟମରେ ନିଜର ଦୁଃଖ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜଣାଇବା ସହ ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି । ଭଦ୍ରକ ଜିଲା ବିଡି ଶ୍ରମିକ ସଂଘର ସଭାପତି ଖୁରବାନ ଅଲ୍ଲୀ ଖାଁ ଓ ସଂପାଦକ ସେକ୍ ନସିମଙ୍କ ସମେତ ଓଡ଼ିଶା ରାଜ୍ୟ ବିଡି ଶ୍ରମିକ ୟୁନିୟନର ସଭାପତି ସନ୍ତୋଷ ମହନା, ସଂପାଦକ ବୈକୁଣ୍ଠ ବେହେରା, ମାନବଧ ପାଣିଗ୍ରାହୀ, କୁନ୍ତଳା ହୋତା, କଲିମୁଦ୍ଦିନ୍ ଖାଁ, ସେକ୍ ରାଜୁ ପ୍ରମୁଖ ଶ୍ରୀମତୀ ଷଡଙ୍ଗୀଙ୍କୁ ଦେଇଥିବା ସ୍ମାରକପତ୍ର ମୂଳେ ଓଡ଼ିଶା ରାଜ୍ୟର ବିଡି ଶ୍ରମିକମାନଙ୍କ ଆର୍ଥିକ ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ଫଳରେ ସେମାନଙ୍କ ପରିବାର ବହୁ ଆର୍ଥିକ ଅନାଟନ ମଧ୍ୟରେ ଜୀବନଯାପନ କରୁଛନ୍ତି । ଅଧିକାଂଶ ବିଡି ଶ୍ରମିକ ରାଜ୍ୟର ଦୁର୍ଗମ ଓ ବନା ଳରେ ବସବାସ କରିଆସୁଥିବାବେଳେ ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଗମନାଗମନ, ବିଦ୍ୟୁତ୍, ମୋବାଇଲ୍ ଓ ଉଚ୍ଚଶିକ୍ଷାର କୌଣସି ସୁବିଧାସୁଯୋଗ ଯୋଗାଇ ଦିଆଯାଇନାହିଁ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଜଂଗଲ ଦ୍ରବ୍ୟ ଯଥା କଂଚାମାଲ କେନ୍ଦୁପତ୍ର ଉପରେ ନିର୍ଭର ପୂର୍ବକ ଜୀବିକା ନିର୍ବାହ ପାଇଁ ବିଡି ରୋଲିଂକୁ ବୃ ି ଭାବେ ଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରାମୀଣ ଲୋକ ଉପଯୁକ୍ତ ଚାକିରୀ ନପାଇ ଏହି ବିଡି ରୋଲିଂକୁ ବୃ ି ଭାବେ ଗ୍ରହଣ କରି ପରିବାର ପ୍ରତିପୋଷଣ କରିଆସିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ବିଡି ଶ୍ରମିକମାନଙ୍କ ପ୍ରତିଦିନ ଏକ ହଜାର ବିଡି ରୋଲିଂର ମଜୁରୀ ହେଉଛି ଏକଶହ ଟଙ୍କା । ଏବଂ ଗୋଟିଏ ଶ୍ରମିକ ଅଧିକରୁ ଅଧିକ ଏକ ହଜାର ବିଡି ରୋଲିଂ କରିପାରିବାର ନିୟମ ରହିଛି । ସେମାନଙ୍କର ବିପର୍ଯ୍ୟୟ ଆର୍ଥିକ ଅବସ୍ଥାକୁ ବିଚାରକୁ ନେଲେ ଅଥନୈତିକ ଦୃଷ୍ଟିରୁ ସେମାନେ ପଛୁଆବର୍ଗ ହିସାବରେ ପରିଗଣିତ ହୁଅନ୍ତି । ସେମାନଙ୍କର ସାମାଜିକ ଅର୍ଥନୈତିକ ଅବସ୍ଥା (ଜୀବନଧାରଣ ମାନ) କୁ ସୁଦୃଢ କରିବା ପାଇଁ ଭାରତ ସରକାର ଦୟାଳୁ ଭାବେ “ବିଡି ଶ୍ରମିକ କଲ୍ୟାଣ ପାଣ୍ଠି ଆଇନ୍ ୧୯୭୬” ଏବଂ ବିଭିନ୍ନ କଲ୍ୟାଣ ଯୋଜନା ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ରାଜ୍ୟରେ ଶ୍ରମ କଲ୍ୟାଣ ସଂଗଠନ ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥାଏ । ୱେଲ୍ଫେୟାର କମିଶନରଙ୍କ ନେତୃତ୍ୱରେ ଓଡ଼ିଶା ରାଜ୍ୟ ଶ୍ରମ କଲ୍ୟାଣ ସଂଗଠନ ବିଡି ଶ୍ରମିକମାନଙ୍କ ପାଇଁ ଯୋଜନା ଓ ଆନୁସଙ୍ଗିକ ପ୍ରଶାସନିକ କାର୍ଯ୍ୟଗୁଡିକ ଯତ୍ନ ନେଉଛି । ଶ୍ରମିକ ଏବଂ ସେମାନଙ୍କର ପରିବାରର ସଦସ୍ୟଙ୍କ ଲିଷ୍ଟ ଏଥିରେ ସ୍ଥାନିତ ହୋଇଛି । ୱେଲଫେୟାର କମିଶନର ଏବଂ ବିଭାଗୀୟ ଅଧିକାରୀଙ୍କୁ ରାଜ୍ୟରେ ବିଡି ଶ୍ରମିକମାନଙ୍କୁ ଚିହ୍ନଟ କରିବାର କ୍ଷମତା ଦିଆଯାଇଛି । ସରକାରଙ୍କ ପକ୍ଷରୁ ଆଜିସୁଦ୍ଧା ୫ ଲକ୍ଷ ବିଡି ଶ୍ରମିକ ଚିହ୍ନଟ ହୋଇଥିବାବେଳେ ଆହୁରି ଲକ୍ଷ ଲକ୍ଷ ଶ୍ରମିକଙ୍କୁ ଚିହ୍ନଟ କରାଯାଇନାହିଁ । ଚିହ୍ନଟ ସମସ୍ତ ବିଡି ଶ୍ରମିକମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ୧୯୭୬ ରୁ ଏହି ସଂଗଠନ ଓଡ଼ିଶା ରାଜ୍ୟରେ ଅତ୍ୟାଚାରିତ ବିଡି ଶ୍ରମିକମାନଙ୍କୁ ସର୍ବୋ ମ ସନ୍ତୁଷ୍ଟ କରିବା ପାଇଁ ନିଜର କ ର୍ବ୍ୟ ସଂପାଦନ କରିଛି । ଏହି ସଂଗଠନ ସରକାରଙ୍କ ନିୟମ ଅନୁଯାୟୀ ସହାୟତା ଯୋଗାଇ ଗରିବ ଶ୍ରେଣୀର ଶ୍ରମିକମାନଙ୍କ ମଧ୍ୟରେ ବହୁତ ଭଲ ଖ୍ୟାତି ଅର୍ଜନ କରିଛି । ସରକାର ପୂର୍ବରୁ ୧୯୯୯ ମସିହାର ସୁପର ସାଇକ୍ଲୋନରେ ବାସହରା ହୋଇଯାଇଥିବା ଗରିବ ଲୋକ ଓ କଟକ, ଯାଜପୁର, ଭଦ୍ରକ, ଜଗତସିଂହପୁର ଓ ବାଲେଶ୍ୱରର ଚାରି ହଜାରରୁ ଉର୍ଦ୍ଧ୍ୱ ବିଡି ଶ୍ରମିକଙ୍କୁ ସହାୟତା ଯୋଗାଇ ଦେଇଆସିଥିଲେ । ଦୁର୍ଭାଗ୍ୟବଶତଃ ୨୦୧୬ ମସିହା ଠାରୁ ଏହି ସଂଗଠନ ବିଡି ଶ୍ରମିକମାନଙ୍କ ପାଇଁ ଲାଭ ଛଡାଇ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ମନ୍ଥର କରିଦେଇଛନ୍ତି । ଅଭାବୀ ବିଡି ଶ୍ରମିକ ସରକାରଙ୍କ ଅନୁମୋଦିତ ଯୋଜନାରୁ ବଂଚିତ ହୋଇଛନ୍ତି । ଭାରତ ସରକାର, ସଚିବ, ଶ୍ରମ ମନ୍ତ୍ରଣାଳୟ ମହାନିର୍ଦ୍ଦେଶକ, ଶ୍ରମ କଲ୍ୟାଣ, ଶ୍ରମ ମନ୍ତ୍ରଣାଳୟ କଲ୍ୟାଣ କମିଶନର, ଭୁବେନଶ୍ୱର ଏହି ବିଷୟରେ ବିସ୍ତୃତ ଭାବରେ ଚିଠି ନଂ ୧୦୦୬, ତା ୦୯.୦୪.୨୦୧୮ ରିଖରେ, ନଂ ୧୦୧୮, ତା ୨୫.୦୫.୨୦୧୮, ନଂ ୧୦୨୦, ତା ୦୫.୦୯.୧୮ ରିଖରେ ବିସ୍ତୃତ ଭାବରେ ବାରମ୍ବାର କହିଛନ୍ତି । ଏହା ସମଗ୍ର ବିଡି ଶ୍ରିମକମାନଙ୍କ ଉପରେ ପ୍ରଭାବ ପକାଇବା ସହ ସ୍କିମ୍ ଗୁଡିକ କାର୍ଯ୍ୟକାରିତା ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ସ୍ୱାସ୍ଥ୍ୟ, ଶିକ୍ଷା, ଗୃହ, ସାମାଜିକ ନିରାପ ।, ମନୋରଂଜନ ଭଳି ସ୍କିମ୍ ଗୁଡିକ ମଧ୍ୟ ବାଧାପ୍ରାପ୍ତ ହୋଇ ବିଡି ଶ୍ରମିକମାନେ ବହୁ ଅସୁବିଧାରେ ପଡିଛନ୍ତି । କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ଉପରୋକ୍ତ ବିଷୟଗୁଡିକ ସହୃଦୟତାର ସହ ବିଚାର କରି ପୁନର୍ବାର ଏହି ଗରିବ ବିଡି ଶ୍ରମିକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସ୍କିମ୍ ଗୁଡିକ ଚାଲୁ କରିବା ଓ ଶ୍ରମ କଲ୍ୟାଣ ସଂଗଠନ, ଓଡ଼ିଶା ମଧ୍ୟ ୨୦୧୬ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ସବୁ ସ୍କିମ୍ ଗୁଡିକ ଲାଗୁ କରିବା ଦିଗରେ ଓଡ଼ିଶା ରାଜ୍ୟ ବିଡି ଶ୍ରମିକ ୟୁନିୟନ ପକ୍ଷରୁ ଦାବି କରାଯାଇଛି । ତେବେ ସାଂସଦ ଶ୍ରୀମତୀ ଷଡଙ୍ଗୀ ସେମାନଙ୍କର ନ୍ୟାର୍ଯ୍ୟ ଦାବିକୁ ଆଗାମୀ ଦିନରେ ସଂସଦରେ ଉପସ୍ଥାପନ ପୂର୍ବକ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି ।
