ପୀରହାଟ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ
ତିହିଡି : ତିହିଡି ବ୍ଲକ ଅନ୍ତର୍ଗତ ଦୌଲତପୁର ପଞ୍ଚାୟତର ପୀରହାଟ ଶାନ୍ତି ଶୈଳେନ୍ଦ୍ର ସରକାରୀ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ୨୦ ଓ ୨୧ ତାରିଖ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ପରିଆରୀ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଏହି ଉତ୍ସବକୁ ଉଦଘାଟନ କରିଥିଲେ । ଶ୍ରୀ ପରିଆରୀ ନିଜ ବକ୍ତବ୍ୟରେ କ୍ରୀଡା ପାଠ ପଢାର ଏକ ଅଙ୍ଗ ଓ ଏହା ଉଭୟ ଶରୀର ଓ ମନକୁ ସୁସ୍ଥ ରଖେ ବୋଲି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ । ପରେ ସବ୍ ଜୁନିୟର, ଜୁନିୟର ଓ ସିନିୟର ବିଭାଗର ଉଭୟ ବାଳକ ଓ ବାଳିକାଙ୍କ ମଧ୍ୟରେ ଦୌଡ କୁଦ, ଲଙ୍ଗ ଜମ୍ପ, ହାଇ ଜମ୍ପ, ସଟ ପୁଟ୍, ସ୍କିପିଂ, ପୁଚି ଓ ମ୍ୟୁଜିକ ଚେୟାର ଆଦି ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉତ୍ସବରେ ପ୍ରଧାନଶିକ୍ଷକ ଶ୍ରୀ ପରିଆରୀ କ୍ରୀଡା ପତାକା ଅବତରଣ ପୂର୍ବକ କ୍ରୀଡା ପ୍ରତିଯୋଗିତାର ପରି ସମାପ୍ତି ଘୋଷଣା କରିଥିଲେ । ଏହି ପ୍ରତିଯୋଗିତାକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଜୟନ୍ତ କୁମାର ମହାନ୍ତି, କ୍ଷୀରପ୍ରଭା ମହାନ୍ତି, ପ୍ରମୋଦିନୀ ବାରିକ, ପ୍ରଜ୍ଞାଶା ମିଶ୍ର, ରଶ୍ମିତା ଧନୀ, ସତ୍ୟ ନାରାୟଣ ମଲ୍ଲିକ, ଯଦୁମଣି ପାଣିଗ୍ରାହୀ, ବନ୍ଦନା ପାଣିଗ୍ରାହୀ, ତପସ୍ୱିନୀ ମହାନ୍ତି, ଶୁଭଶ୍ରୀ ବାରିକ, ସତ୍ୟରଞ୍ଜନ ଭକ୍ତା, ଶିକ୍ଷା କର୍ମଚାରୀ ମୁକ୍ତିକାନ୍ତ ନାୟକ, ପ୍ରଦୀପ ବଳ ଓ ଚକ୍ରଧର ଗାହାଣ ପ୍ରମୁଖ ପରିଚାଳନା କରିଥିଲେ ।
