ଜଗନ୍ନାଥ ରୋଡ ବସ୍ତିରେ ନେତାଜୀ ଜୟନ୍ତୀ
କଟକ : ବସ୍ତିବାସିନ୍ଦା ମିଳିତ ମଂଚ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ କମିଟି ଡାକରାରେ ଏକପକ୍ଷ ବ୍ୟାପି ୧୨୬ତମ ନେତାଜୀ ଜୟନ୍ତୀ ବାର୍ଷିକୀ ପାଳନ ବିଭିନ୍ନ ସାହିବସ୍ତିରେ ଚାଲିଛି । ଏହି ପରିପ୍ରେକ୍ଷୀରେ ଜଗନ୍ନାଥ ରୋଡ ବସ୍ତିରେ ସ୍ୱାଧୀନତାର ମହାନ ଯୋଦ୍ଧା, ଆପୋଷହୀନ ଧାରାର ନେତା ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବସ୍ତିନେତା ଦୀପକ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ । ସାରା ଓଡିଆ ନେତାଜୀ ସୁଭାଷ କମିଟି ଉପସଭାପତି ଡ. ସିଦ୍ଧାର୍ଥ ଭରଦ୍ୱାଜ ମୁଖ୍ୟବକ୍ତା ଭାବେ ଯୋଗଦେଇ ନେତାଜୀଙ୍କ ଜୀବନୀ ଓ ସଂଗ୍ରାମ ସଂପର୍କରେ ଆଲୋକପାତ କରିଥିଲେ । ବସ୍ତି ବାସିନ୍ଦାଙ୍କ ମିଳିତ ମଂଚର ଆବାହକ ଖଗେଶ୍ୱର ସେଠୀ ଯୋଗଦେଇ କହିଥିଲେ ଯେ, ନେତାଜୀଙ୍କ ଲଢେଇରୁ ଶିକ୍ଷା ନେଇ ବସ୍ତିବାସିନ୍ଦାଙ୍କ ମୈାଳିକ ଅଧିକାରଗୁଡିକୁ ହାସଲ କରିବାକୁ ସଂଗ୍ରାମ ଜାରି ରଖିବାକୁ ପଡିବ । ଏହି ସଭାରେ ସୁକାନ୍ତ ନାୟକ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଦୟ ଟୁଡୁ, ଟୁନି ମହାକୁଡ, ଲକ୍ଷ୍ମୀ ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
