ଉପେନ୍ଦ୍ରନାଥ ମହାବିଦ୍ୟାଳୟରେ ଶିକ୍ଷାଗୁରୁ ଉପେନ୍ଦ୍ରନାଥଙ୍କ ଶ୍ରାଦ୍ଧ ବାର୍ଷିକ
ସୋର : ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟର ପ୍ରତିଷ୍ଠାତା ଶିକ୍ଷା ଗୁରୁ ସ୍ୱର୍ଗତ ଉପେନ୍ଦ୍ରନାଥ ପ୍ରଧାନଙ୍କ ୪୩ତମ ପ୍ରତିଷ୍ଠା ଦିବସ ଅଧ୍ୟକ୍ଷ ଡ. ସତ୍ୟବ୍ରତ ଦାଶଙ୍କ ପୈାରହିତ୍ୟରେ ଆୟୋଜିତ ହୋଇଯାଇଛି । ଏହି ପାଳନ ଉଦ୍ଦେଶ୍ୟରେ ଆଜି ସକାଳେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ/ଅଧ୍ୟାପିକା ଛାତ୍ର/ଛାତ୍ରୀ ସ୍ୱର୍ଗତ ପ୍ରଧାନଙ୍କ ପୈତୃକ ଗ୍ରାମ ଘାସୁଆକୁ ଯାଇ କାଂଶବାଂଶ ନଦୀରେ ତିଳ ତର୍ପଣ ପରେ ମହାବିଦ୍ୟାଳୟ ପରସରକୁ ଆସି ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଆୟୋଜିତ ଏହି ଶ୍ରଦ୍ଧ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ପର୍ଶୁରାମ ଧଡା ଯୋଗ ଦେଇ ଧୈର୍ଯ୍ୟ, ଶଅଙ୍ଖଳା ଓ କଠିନ ପରିଶ୍ରମହିଁ ସ‘ଳତାର ଚାବି କାଠି ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଡ. ରବୀନ୍ଦ୍ର ବିହାରୀ ଯୋଗ ଦେଇ ଶିକ୍ଷାର୍ଥୀର ସାମଗ୍ରୀକ ବିକାଶରେହିଁ ଅଂଚଳ ଗୈାରବାନ୍ୱନିତ ହୋଇଥାଏ ବୋଲି କହିଥିଲେ । ଏହି ଅବସରରେ କଲେଜର ପ୍ରାକ୍ତନ ଛାତ୍ର ଚଳଚିତ୍ର ଅଭିନେତା ଦୀପନ୍ୱିତ ଦାଶମହାପାତ୍ର ଓ କଣ୍ଠଶିଳ୍ପୀ ପୁଷ୍ପଞ୍ଜଳୀ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପକ ସୁରେନ୍ଦ୍ର ପ୍ରସାଦ ମଣ୍ଡଳ ଅତିଥି ପରିଚୟ ରଖିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ପତି ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ମାନଓ ରଂଜନ ପଣ୍ଡା, ଭାଗିରଥୀ ଘଡାଇ, ଦୀପକ କୁମାର ମଣ୍ଡଳ, ଅଧ୍ୟାପିକା ସ୍ମିତା ସାମଲ, ପ୍ରମିଳା ପାତ୍ର ଓ କର୍ମଚାରୀ ସୂର୍ଯ୍ୟକାନ୍ତ ମିଶ୍ର, ନରେନ୍ଦ୍ର ମହାଳିକ ପ୍ରମୁଖ ଏହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
