ସୀମାନ୍ତରେ ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ବାର୍ଷିକ ସମାରୋହ : ୨୦ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କୁ ହେବ ସମାଗମ
ଜଳେଶ୍ୱର : ପଶ୍ଚିମବଂଗ ଓ ଓଡିଶା ସୀମା ଜଳେଶ୍ୱରର ସତ୍ସଙ୍ଗ ବିହାରରେ ଅନୁକୂଳ ଚନ୍ଦ୍ରଙ୍କର ୧୩୫ ତମ ଆବିର୍ଭାବ ତଥା ଶ୍ରୀ ବିଗ୍ରହ ପ୍ରତିଷ୍ଠାର ଚତୁର୍ଦ୍ଦଶ ବାର୍ଷିକ ସ୍ମାରକୀ ଅନୁଷ୍ଠିତ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । କରୋନାର ତାଲା ବନ୍ଦ ଯୋଗୁଁ ଦୁଇବର୍ଷ କୌଣସି ସମାରୋହ ହୋଇ ପାରିନଥିବା ବେଳେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଜଳେଶ୍ୱରର ସତ୍ସଙ୍ଗ ବିହାରରେ ଆସନ୍ତା ୨୩ ତାରିଖ ଦିନ ଏପରି ଉତ୍ସବ ହେବ ବୋଲି ହେବ ସ୍ଥିର ହୋଇଛି । ନେତାଜୀଙ୍କ ଜନ୍ମ ଦିନ ଏବଂ ଏହି ଦିନରେ ପଶ୍ଚିମବଂଗରୁ ଓଡିଶାକୁ ଶ୍ରୀ ଅନୁକୂଳ ଚନ୍ଦ୍ର ଆଗମନ କରିଥିବାରୁ ଏହାର ସ୍ମାରକୀ ତଥା ଜଳେଶ୍ୱରରେ ମନ୍ଦିର ପ୍ରତିଷ୍ଠାର ୧୪ତମ ବାର୍ଷିକ ଉତ୍ସବ ମଧ୍ୟ ହେବାକୁ ସ୍ଥିର ହୋଇଥିବା ମନ୍ଦିର ଦାୟିତ୍ୱରେ ଥିବା ଅଧ୍ୟାପକ କେଦାର ନାଥ ମହାନ୍ତି ସାମ୍ବାଦିକ ମାନଙ୍କୁ କହିଛନ୍ତି । ବ୍ରାହ୍ମ ମୁହୁର୍ତ୍ତରେ ବେଦ ମାଙ୍ଗଳିକି ଉ ଉଷା କିର୍ତ୍ତନ, ପ୍ରାତଃ ବିନତୀ, ଉତ୍ସବ ଉଦ୍ଘାଟନ, ସ୍ୱସ୍ତି ମହାଯଜ୍ଞ, ବର୍ଣ୍ଣଢ୍ୟ ଶୋଭାଯାତ୍ରା ଓ ନଗର ପରିକ୍ରମା, ସଂଗିତାଞ୍ଜଳୀ, ସାଧାରଣ ସଭା, ଚିକିତ୍ସକ ସମ୍ମିଳନ, ମାତୃ ସମ୍ମିଳନୀ, ଆତସବାଜି ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିବା ସଂପର୍କରେ ଶ୍ରୀ ମହାନ୍ତି କହିଛନ୍ତି । ଏଥିରେ ଜଳେଶ୍ୱର ବାସୀଙ୍କ ସହଯୋଗ ଓ ଯୋଗଦାନ ସଂପର୍କରେ ନିବେଦନ କରିଛନ୍ତି । ଏଥିରେ ୨୦ହଜାରରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେବା ସଂପର୍କରେ ଆକଳନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସଭାପତି ଡା. ମୂରଲୀଧର ଦାସ, ସହସଂପାଦକ ଗଣେଶଚନ୍ଦ୍ର ଜେନା, ପ୍ରାଧ୍ୟାପକ ପରିମଳ ରଂଜନ ଭୂୟାଁ, ରାସବିହାରୀ ଚକ୍ରବର୍ତ୍ତୀ, ଭୂବନାନନ୍ଦ ରାଉଳ, କାହ୍ନୁଚରଣ ମହାନ୍ତି, ଇଂ ଶ୍ରୀମନ୍ତ ଘୋଷ, ଜଳନ୍ଧର ଜେନା, ଶାନ୍ତନୁ ଜେନା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ପ୍ରକାଶଯୋଗ୍ୟ ଜଳେଶ୍ୱରର ଅନୁକୂଳ ଚନ୍ଦ୍ର ମନ୍ଦିର ସମଗ୍ର ରାଜ୍ୟରେ ସର୍ବ ଉଚ୍ଚତମ ବୋଲି କୁହାଯାଇଛି ।
