୬ ଦଫା ଦାବି ନେଇ ବାଲିଆପାଳ ସ୍ୱାଭିମାନ ମଞ୍ଚ ପକ୍ଷରୁ ଆମରଣ ଅନଶନ
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ୬ଦଫା ଦାବି ନେଇ ବାଲିଆପାଳ ସ୍ୱାଭିମାନ ମଞ୍ଚ ପକ୍ଷରୁ ଆମରଣ ଅନଶନ ଆରମ୍ଭ ହୋଇଛି । ବାଲିଆପାଳ ସ୍ୱାଭିମାନ ମଞ୍ଚ ପକ୍ଷରୁ ବିଭିନ୍ନ ସମୟରେ ପ୍ରଶାସନକୁ ବାଲିଆପାଳର ସ୍ୱାଭିମାନ ପାଇଁ ପ୍ରଶାସନ ଠାରେ ଗୁହାରୀ କରି ଆସୁଥିଲେ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବାରୁ ମଙ୍ଗଳବାର ନିର୍ବାଚନ ମଣ୍ଡଳୀର ନାମ ପରିବର୍ତ୍ତନ, ଚାଷୀ ମାନଙ୍କ ପାଇଁ ଶୀତଳ ଭଣ୍ଡାର, ସ୍ପିନିଙ୍ଗ ମିଲ୍କୁ ପୁନଃରୁଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରିବା, ବାଲିଆପାଳକୁ ଏନ୍ଏସି ଘୋଷଣା କରାଯିବା, ଡଗରା ବେଳାଭୂମିର ଉନ୍ନତିକରଣ କରାଯିବା, ବାଲିଆପାଳରେ ଆଇଟିଆଇ ଏବଂ ଇଞ୍ଜିନିୟରିଂ ସ୍କୁଲ ଆଦି ସ୍ଥାପନ କରିବା ପାଇଁ ବ୍ଲକ ସମ୍ମୁଖରେ ସ୍ୱାଭିମାନ ମଞ୍ଚର କର୍ମକର୍ତ୍ତା ଆମରଣ ଅନଶନରେ ବସିଲେ ।
ତେବେ ୬ଦଫା ଦାବି କୁ ପୂରଣ କରିବାକୁ ଦଳଗତ ନିର୍ବିଶେଷରେ ସମସ୍ତେ ବାଲିଆପାଳ ଅଞ୍ଚଳ ଜନସାଧାରଣଙ୍କୁ ଏହି ସ୍ୱାଭିମାନ ଲଢ଼େଇରେ ସାମିଲ ହେବାକୁ ମଞ୍ଚ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା । ମାତ୍ର ଏହି ଆହ୍ୱାନରେ କୌଣସି ରାଜନେତା ସାମିଲ ହୋଇନଥିବରୁ ସ୍ୱାଭିମାନ ମଞ୍ଚ ପକ୍ଷରୁ ସେମାନଙ୍କୁ ତାଛଲ୍ୟ କରାଯାଇଥିଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ମଞ୍ଚର ସଭପତି ସତ୍ୟକାମ ମହାନ୍ତି ସୂଚନା ଦେଇଛନ୍ତି । ତୀର୍ଥ କୁମାର ନାଗ, ଭକ୍ତ ରଞ୍ଜନ କର, ଜଗବନ୍ଧୁ ଜେନା, ସଦାଶିବ ସେଠୀ, ରମା ଚନ୍ଦ୍ର ରାଉତ, ସଞ୍ଜୟ ଗିରି, ମନୋଜ ଜେନା, ଦେବାଶିଷ ପାତ୍ର, ଅରୁଣ କୁମାର ମହାନ୍ତିଙ୍କ ସହିତ ଅନ୍ୟ ସଦସ୍ୟମାନେ ଅନଶନରେ ସାମିଲ ଥିଲେ ।
