ଅରୁଣଦୋୟ ନଗର ମହିଳା ପରିଷଦର ବାର୍ଷିକ ଉତ୍ସବ
କଟକ : ଅରୁଣଦୋୟ ନଗର ମହିଳା ପରିଷଦର ଊନବିଂଶତମ ବନାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ସିଏମସି ମେୟର ସୁବାସ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ବିଧାୟକ ସୈାଭିକ ବିଶ୍ୱାଳ, ଡ. ସୁଷମା ମିଶ୍ର ମୁଖ୍ୟବକ୍ତା ଓ ସ୍ଥାନୀୟ କର୍ପୋରେଟର ଗୋପାଳ ବେହେରା ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ । ପରିଷଦର ସଭାପତି ଜ୍ୟୋସ୍ନା ପରିଜା ସ୍ୱାଗତ ଭାଷଣ ଦେଇଥିଲା ବେଳେ ରାଜଲକ୍ଷ୍ମୀ ପଣ୍ଡା ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଉତ୍ସବରେ ଅଧ୍ୟାପିକା ମୀରା ବେଉରାଙ୍କୁ ପରିଷଦ ପକ୍ଷରୁ ଅଂଜନା ସ୍ମାରକୀ ସମ୍ମାନ ଛତିଆସ୍ଥିତ ସେବକ ଆଶ୍ରମର ସଂପାଦକ ସୁରେଶ ଚନ୍ଦ୍ର ବିଶ୍ୱାଳଙ୍କୁ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ପରିଷଦର ମୁଖପତ୍ର ‘ଅରୁଣପ୍ରଭା’ ପ୍ରୀତି ସିଂଙ୍କ ସଂପାଦନାରେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଉପସଭାପତି ନଳିନୀ ଦାଶ ଧନ୍ୟବାଦ ଦେଇଥିଲେ । ଶେଷରେ ସଂପାଦିକା ରିତା ମହାନ୍ତିଙ୍କ ପରିଚାଳନାରେ ସଦସ୍ୟମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମବେତ କଣ୍ଠ ସଂଗୀତ, ନୃତ୍ୟ ଓ ନାଟକ ‘ମକଦ୍ଦମା’ ପରିବେଷଣ କରାଯାଇଥିଲା । କୋଷାଧ୍ୟକ୍ଷା ବନଲତା ସେନାପତି, ଯୁଗ୍ମ ସଂପାଦିକା ସ୍ମିତା ଦାଶ, କାର୍ଯ୍ୟକାରୀ ସଦସ୍ୟା ସୋନାଲୀ ମହାନ୍ତି, ମମତା ପାତ୍ର, ସୀମା ବେହେରା, ମନ୍ଦାକିନୀ ସେନାପତି, ପ୍ରତ୍ୟୁଷା ପତି ଓ ସ୍ମିଗ୍ଧା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
