କେନ୍ଦ୍ରାପଡା ବନ୍ଦ ଅଭୁତପୂର୍ବ : ମେଡିକାଲ ବଞ୍ଚଅ ଆନ୍ଦୋଳନ
କେନ୍ଦ୍ରାପଡ଼ା : ଆମ ମେଡିକାଲ ଆମକୁ ଦିଅ ଦାବିରେ କେନ୍ଦ୍ରାପଡା ମେଡିକାଲ ବଞ୍ଚାଅ କ୍ରୀୟାନୁଷ୍ଠାନ କମିଟି ଦ୍ୱାରା ଆହୁତ ୨୪ଘଟିଆ କେନ୍ଦ୍ରାପଡା ବନ୍ଦ ଡାକରାକୁ ସହରବାସୀଙ୍କ ପକ୍ଷରୁ ପୂର୍ଣ୍ଣ ସମର୍ଥନ ମିଳିଛି । ସହରରେ ସକାଳ ୬ଘଟିକା ଠାରୁ କଟକ-ଚାନ୍ଦବାଲି ରାସ୍ତାର ତିନିମୁହାଣିକୁ ସଂପୂର୍ଣ୍ଣ ସିଲ କରିଦିଆଯିବା ଫଳରେ ସେହି ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ସଂଖ୍ୟାରେ ବସ,ଟ୍ରକ, ଗାଡି, ମଟର ପ୍ରଭୃତି ଅଟକି ରହି ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା । ସହରର ଗରାପୁର, ଦୁହୁରିଆ, ଶ୍ୟାମସୁନ୍ଦରପୁରଗଡା, ଗୋପଛକ, ଇଛାପୁର, ସାନ୍ତସାହି କେନାଲ ବନ୍ଧ ରାସ୍ତା, ଫର୍ଜନ ଛକ, ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ଗୋବରୀ ନଦୀ ବାଇପାସ ରୋଡ, କଜଳାଛକ ପ୍ରଭୃତିକୁ ଆନ୍ଦୋଳନକାରୀମାନେ ବନ୍ଦ କରିଦେବା ଫଳରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । କ୍ରୀୟାନୁଷ୍ଠାନ କମିଟିର ନିଷ୍ପତ୍ତିକ୍ରମେ ସମସ୍ତ ବିଦ୍ୟାଳୟ, କାର୍ଯ୍ୟାଳୟ, ବ୍ୟାଙ୍କ, ବୀମା, ଡାକଘର ପ୍ରଭୃତି ସରକାରୀ କାର୍ଯ୍ୟାଳୟ ଗୁଡିକ ଖୋଲା ରହିଥିଲେ ମଧ୍ୟ ଯୋଗାଯୋଗ ବିଛିନ୍ନ ହୋଇପଡିଥିବାରୁ କୈାଣସି କାମ ହୋଇପାରିନଥିଲା । ସହରର ସମସ୍ତ ଦୋକାନ, ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । କେତେକ ଘଟଣାକୁ ଛାଡିଦେଲେ ଆଜିର ବନ୍ଦ କାର୍ଯ୍ୟକ୍ରମ ପ୍ରାୟ ଶାନ୍ତିପୂର୍ଣ୍ଣ ଥିଲା । ଏହି ବନ୍ଦର କେନ୍ଦ୍ରସ୍ଥଳ ତିନିମୁହାଣି ଛକରେ ସମସ୍ତେ ଏକାଠି ହେବା ପରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସୟଦ ଅକମଲ ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାକ୍ତନ ଖଦ୍ଦିବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡା, ଗୟାଧର ଧଳ, ପ୍ରଶାନ୍ତ କୁମାର ସିଂ, ମୁକ୍ତାର ଖାଁ, କ୍ରୀୟାନୁଷ୍ଠାନ କମିଟି ଆବାହକ ପ୍ରଫୁଲ୍ଲ ସାହୁ, ମହମ୍ମଦ ସଲୀମ ଖାନ, ଗୋପିନାଥ ବାରିକ, ହିବଜୁର ରହେମାନ, ରମଣୀରଞ୍ଜନ ରାଉତରାୟ, ଭୀମସେନ ବେହେରା, ସୈାମେନ୍ଦ୍ର ପୃଷ୍ଟି, କାଉନସିଲର ରଶ୍ମୀତା ସିଂ, ରାଜେଶ ମହାନ୍ତି, ପ୍ରଫୁଲ୍ଲ ଦାସ, ବାବାଜୀ ଧଳ, ଜଗତଜୀବନ ଦାଶ, ଅଜୟ ସାମଲ, ମହେନ୍ଦ୍ର ପରିଡା, ମହମ୍ମଦ ଆକବର ଅଲ୍ଲୀ, କ୍ଷୀତିଶ ରୋସନ ସିଂ, ସୟଦ ଅବଦୁଲ ସତ୍ତାର, ଯୁବନେତା ପ୍ରଦ୍ୟୁମ୍ନ କୁମାର ଜେନା, ମୀର ମୁର୍ଶିଦ୍ଦ, ନିରଞ୍ଜନ ପରିଡା, ନାରାୟଣ ପରିଡା, ଦେବ ପ୍ରସାଦ ସାମନ୍ତରାୟ, ଚିତ୍ତରଞ୍ଜନ ଭଗତ, ଅନନ୍ତ କୁମାର ସ୍ୱାଇଁ, ଏଲୀନା ସାମନ୍ତରାୟ, ଚିତ୍ରସେନ ପରିଡା, ପ୍ରଭାତ ଉଡାନସିଂ, ପରଭେଜ ଖାଁ, କାଉନସିଲର ସେକ ଅସଲମ, ମାଧବ ଦାସ, ଫରମାନ ଅଲ୍ଲୀ, ରତିକାନ୍ତ ସାମଲ, ଭାବଗ୍ରାହୀ ସିଂ, ଲକ୍ଷ୍ମୀଧର ପଲେଇ, ଉପେନ୍ଦ୍ର ବେହେରା, ଅଶୋକ ଲେଙ୍କା, ହିରାମଣୀ ରାଉତ, ନୟନ ପଣ୍ଡା, ଶକ୍ତିକାନ୍ତ ପାତ୍ର, ନାରାୟଣ ପ୍ରସାଦ ସିଂ, ରଞ୍ଜନ ତରାଇ, ସେକ ଜମିରୁଦ୍ଦିନ, ବିଧୁ ଭୂଷଣ ମହାପାତ୍ର, ଦୋଳଗୋବିନ୍ଦ ସାହୁ, ମନୋରଞ୍ଜନ ଜେନା, ବଳରାମ ପଣ୍ଡା, ଗୋପାଳ ମହାପାତ୍ର, ତାହିର ଖାନ ପ୍ରମୁଖ ବକ୍ତବ୍ୟ ରଖିବା ସହ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ପରେ ଆନ୍ଦୋଳନକାରୀମାନେ ସହର ମଧ୍ୟରେ ଏକ ବାଇକ ଶୋଭାଯାତ୍ରାରେ ଯାଇ ପ୍ରତ୍ୟେକ କାର୍ଯ୍ୟାଳୟକୁ ବନ୍ଦ ରଖିବା ପାଇଁ ନିବେଦନ କରିଥିଲେ । ଏହି ବନ୍ଦ ଅଭୁତ ହୋଇଥିବାରୁ ସହରବାସୀଙ୍କୁ ମେଡିକାଲ ବଞ୍ଚାଅ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ କୃତଜ୍ଞତା ଅର୍ପଣ କରାଯିବା ସହ ଆସନ୍ତା ୧୯ତାରିଖରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଯଦି ପ୍ରଶାସନ ଏହି ଦାବିକୁ ପୁରଣ ନକଲେ ପରବର୍ତ୍ତୀ ସମୟରେ ଆନ୍ଦୋଳନକୁ ୁତୀବ୍ର କରାଯିବ ବୋଲି କୁହାଯାଇଛି ।
