ଆଜି ୨୪ ଘଣ୍ଟିଆ କେନ୍ଦ୍ରାପଡ଼ା ପୌରାଞ୍ଚଳ ବନ୍ଦ ଡାକରା
କେନ୍ଦ୍ରାପଡ଼ା : କେନ୍ଦ୍ରପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ ଆଜି ୨୪ ଘଣ୍ଟିଆ କେନ୍ଦ୍ରାପଡ଼ା ପୌରାଞ୍ଚଳ ବନ୍ଦ ଡାକରା । ଏହି ବନ୍ଦ ପାଳନ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କରାଯାଇଛି । ଏନେଇ ସମସ୍ତ ଗାଡ଼ିଚଳାଚଳ ସହ ବଜାର ଘାଟ ବନ୍ଦ କରାଯାଇଛି ।
ସୂଚନା ଯେ, “କେନ୍ଦ୍ରାପଡା ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି” ପକ୍ଷରୁ ଏହି ବନ୍ଦ ଡ଼ାକରା ଦେଇଛି। କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟ ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ ଆଜି ୨୪ ଘଣ୍ଟିଆ କେନ୍ଦ୍ରାପଡା ପୌରାଞ୍ଚଳ ବନ୍ଦ ଡାକରା ଦିଆଯାଇଛି । ସହର ମଧ୍ୟରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଇଚ୍ଛାପୁର ସ୍ଥିତ ଶ୍ୟାମ ଗୁଡ଼ିଆକୁ ସ୍ଥାନାନ୍ତର ପରେ ପୌରାଞ୍ଚଳ ଲୋକେ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି। ତେବେ ଆଜିର ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ, ସହରବାସୀ ଓ ସ୍ଥାନୀୟ ଲୋକଙ୍କ ସମର୍ଥନ ମଧ୍ୟ ମିଳିଛି । ଏଠାରେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯିବା ସହ ପିକେଟିଂ ମଧ୍ୟ ଚାଲୁ ରହିଛି । ବନ୍ଦ ପାଇଁ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି । ଫଳରେ ଯାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆନ୍ଦୋଳନର ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୃତୟନ ହୋଇଛି ।
