ମୟୂରଭଞ୍ଜ ସାହିତ୍ୟ ପରିଷଦର ମକର ମିଳନ ଉତ୍ସବ କଥାସମ୍ରାଟ ଫକୀରମୋହନଙ୍କ ଜୟନ୍ତୀ ପାଳିତ
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ବାରିପଦା : ଜିଲ୍ଲାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ମୟୂରଭଂ ସାହିତ୍ୟ ପରିଷଦ ପକ୍ଷରୁ ମହର୍ଷି ପବ୍ଲିକ ସ୍କୁଲ ସଭାଗୃହରେ ମକର ମିଳନ ଉତ୍ସବ ସହିତ କଥାସମ୍ରାଟ ଫକୀରମୋହନ ସେନାପତିଙ୍କ ଜୟନ୍ତୀ ମଧ୍ୟ ପାଳିତ ହୋଇଯାଇଛି । ପରିଷଦର ପୂର୍ବତନ ସଭାପତି ଅଜିତ କୁମାର କବାଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସଭାପତି କବୟିତ୍ରୀ କାବେରୀ ମିଶ୍ର ତଥା ଜୟନ୍ତ କୁମାର କବାଟ ମଂଚାସୀନ ହୋଇ ମୟୂରଭଂଜରେ ମକର ପର୍ବର ମହତ୍ୱ ଉପରେ ଆଲୋଚନା କରିଥିଲେ । ବରିଷ୍ଠ ପ୍ରାବନ୍ଧିକ କୈବଲ୍ୟ ପ୍ରସାଦ ମହାପାତ୍ର ସଂକ୍ରାନ୍ତି ପୁରୁଷ ଫକୀରମୋହନଙ୍କ ଜୀବନର କିଛି ସ୍ମରଣୀୟ ଘଟଣା ଉପରେ ଆଲୋକପାତ କରିଥିଲେ । ସଭା ପ୍ରାରମ୍ଭରେ ଯୁଗ୍ମସଂପାଦକ ବାସନ୍ତୀଲତା ମହାପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିବା ବେଳେ ସଭାପତି ପଦ୍ମନାଭ ସାହୁଙ୍କ ସଂଯୋଜନାରେ ଆୟୋଜିତ ଗଳ୍ପ ଓ କବିତା ପାଠ ଆସରରେ ବରିଷ୍ଠ କବି ବୃନ୍ଦାବନ ଦାଶ, ନରସିଂହ ବାରିକ, ଧନେଶ୍ୱର ପଣ୍ଡା, ଅଜୟ କୁମାର ପାଳ, ସବିତାରାଣୀ ସିଟ୍, ଦୀପ୍ତି ମିଶ୍ର, ବାସନ୍ତୀଲତା ମହାପାତ୍ର, କାବେରୀ ମିଶ୍ର, ଅଜିତ କୁମାର କବାଟ, ଯଶୋବନ୍ତ ସେଠୀ, ମନୋଜ ଦଳବେହେରା, ଭାଗବତ ପଣ୍ଡା, ହିମାଂଶୁ ଶେଖର ଦାସ ପ୍ରମୁଖ କବିତା ଓ ଗଳ୍ପ ପାଠ କରିଥିଲେ । ପରିଶେଷରେ ପରିଷଦର ସଂପାଦକ ମନୋଜ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
