୧୯ତମ ଲୁଇପା ମହୋତ୍ସବ ଓ ରାଜ୍ୟସ୍ତରୀୟ ମକର ମିଳନ ସାରସ୍ୱତ ସମାରୋହ
ଉଦଳା : ପ୍ରତ୍ୟେକ ମାଟିରେ ଏକ ବାସ୍ନା ଅଛି । ଏକ ଦାବି ଅଛି, ଏକ ଆକର୍ଷଣ ଅଛି । ଭୂମି ଓ ଭୂମାର ସ୍ପନ୍ଦନ ଅଛି । ସେହି ମାଟିର ବାସ୍ନାକୁ ଏଡେଇ ନପାରି ସେଦିନ ସିଦ୍ଧ ପୁରୁଷ ଲୁଇପା ଛୁଟି ଆସିଥିଲେ ଏହି ପୀଠକୁ । ସେହିଦିନ ଠାରୁ ଏହି ପୀଠ ବନିଗଲା ସିଦ୍ଧ ଓ ସାଧନାର ପୀଠ । ସଦ୍ଦ ଶିଳାରେ ଗଢିଦେଲେ ଅନେକ ଦୋହାର କୋଣାର୍କ । ଯାହା ଥିଲା ଏକ ଭାବ ଉତ୍ସବର ମାଧ୍ୟମ । ସେ ସମୟରେ ପ୍ରଚଳିତ ଭାଷା ମାଧ୍ୟମରେ ପରିପ୍ରକାଶ କଲେ ଏହି ଜାତିକୁ । କୃତିବିତ୍ ସାରସ୍ୱତ ସାଧକ ଶ୍ରେଷ୍ଠ ତପସ୍ୱୀ ତନ୍ତ୍ରବିତ୍ ଲୁଇପା ଲେଖିଲେ ଅନେକ ପୁସ୍ତକ ଏହି ମାଟିରେ । ଏହି ସିନ୍ଦୂରମୁଣ୍ଡି ପାହାଡ ସିଦ୍ଧ ଗୁମ୍ଫାରେ ବସି ତାଙ୍କ ସହ କାହ୍ନୁପା, ଶବରୀପା ଭଳି ୮୪ ସିଦ୍ଧଚାର୍ଯ୍ୟ ଅବସ୍ଥାନ କରିଥିଲେ ବୋଲି ଆଜି ରାଜ୍ୟସ୍ତରୀୟ ମକର ମିଳନ ଉତ୍ସବ ୧୯ ତମ ଲୁଇପା ମହୋତ୍ସବ ପାଳନ ଅବସରରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ସେହି ସାଧନା ପୀଠର ପ୍ରଚାର ଓ ପ୍ରସାର କରିବା ସହିତ ଓଡିଆ ଭାଷା ଯେଉଁପରି ସଙ୍କଟ ଦେଖାଦେଇଛି ତାହା ଦୂର କରିବା ପାଇଁ ଏହା ଏକ ଅଭିନବ ପ୍ରୟାସ ବୋଲି ଆୟୋଜକ ସଂପାଦକ ସର୍ବେଶ୍ୱର ଜେନା, ନରେନ୍ଦ୍ର ରାଉତ, ମତ ଦେଇଛନ୍ତି । ଏହି ଭଳି ପ୍ରୟାସରେ ହାତ ମେଳାଇଛନ୍ତି ରାଢୋର “ବାବା ଯଶେଶ୍ୱର ମହିଳା ସଂଗଠନ” ।
ବିଶିଷ୍ଠ ଶିକ୍ଷାବିତ୍ ଲକ୍ଷ୍ମୀଧର ପୁଥାଳଙ୍କ ଅଧ୍ୟକ୍ଷତାରେ ଉଦଘାଟକ ଉଦଳା ଏନ୍.ଏ.ସି ର ଅଧ୍ୟକ୍ଷା କବି ପ୍ରମିଳା ପଣ୍ଡା ମୁଖ୍ୟ ଅତିଥି ବିଶିଷ୍ଟ ସାହିତ୍ୟକ ତଥା ସମାଜସେବୀ ଶରତଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଫକୀରମୋହନ ବିଶ୍ୱବିଦ୍ୟାଳୟ ପ୍ରଧ୍ୟାପକ ପ୍ରଫେସର ଡ.ଦେବାଶିଷ ପାତ୍ର, ବରେଣ୍ୟ ଅତିଥି କବି ବ୍ରଜେନ୍ଦ୍ରନାଥ ଗିରି,କବି କାଳିକିଙ୍କର ଦାସ, କବି ଅଭୟ ଦାସ, ଜିଲ୍ଲାପରିଷଦ ସଭାପତି ଭାରତୀ ହାଂସଦା, ଡ. ଭାଗବତ ପ୍ରସାଦ ଦାସ, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ବର୍ତ୍ତମାନର ବିଧାୟକ ଭାସ୍କରଚନ୍ଦ୍ର ମଢେଇ, ସମାଜସେବୀ ସବିତା ବେହେରା, “ଅଭିନନ୍ଦନ’ ସଂପାଦକ ଜଗଦିଶ ମିଶ୍ର ପ୍ରମୁଖ ଅତିଥି ମାନେ ପ୍ରଥମ ଅଧିବେଶନରେ ମତପ୍ରକାଶ କରିଛନ୍ତି । ପ୍ରଥମ ଅଧିବେଶନ ପ୍ରାରମ୍ଭରେ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟାପକ ପ୍ରଶାନ୍ତ ବେହେରାଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ୱଳନ କରାଯିବା ସହିତ ଦ୍ୱିତୀୟ ଅଧିବେଶନରେ କବିତାଜଂଳି ତଥା ଆଲୋଚନା ଚକ୍ର ଓ ଉଦଯାପନୀ ଉତ୍ସବରେ ସାହିତ୍ୟକ ସତ୍ୟବ୍ରତ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି କବି କାଳିପଦ ପଣ୍ଡା, ମୁଖ୍ୟ ବକ୍ତା କବି ଗଗନ କୁମାର ସେଠୀ, କବି ପର୍ଶୁରାମ ସାହୁ, ସଂଜିବ ପ୍ରମାଣିକ, କବି ଗଙ୍ଗାଧର ଦାସ ,ବରିଷ୍ଠ ସାମ୍ବାଦିକ ସଚିଦାନନ୍ଦ ମହାନ୍ତି,ଆସୁକବି ଯୋଗେନ୍ଦ୍ର ପଣ୍ଡା, ସାହିତ୍ୟକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, କବି ତିର୍ଥେଶରାୟ ମହାଶୟ, ପ୍ରମୁଖଙ୍କ ଉପସ୍ଥିତିରେ କବିତା ପାଠ କରାଯିବା ସହ ଏକ ଆଲୋଚନାଚକ୍ର ନୂଆ କବିତାର ସ୍ୱର ଓ ସ୍ୱାକ୍ଷର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାସିକ ସମ୍ବାଦ ଭିତ୍ତିକ ପତ୍ରିକା “ସମୟର ଚକ୍ର” ଲୋକାର୍ପଣ ହେବା ସହ କବି ପର୍ଶୁରାମ ସାହୁଙ୍କ କବିତା ସଂଙ୍କଳନ “ପଶ୍ଚିମ ଦ୍ୱାର” ଲୋକାର୍ପଣ ହୋଇଯାଇଛି । ଏହି ଅବସରରେ ଲୁଇପା ସାହିତ୍ୟ ସମ୍ମାନ ପ୍ରଫେସର ଡ. ଦେବାଶିଷ ପାତ୍ର, ରାଜ୍ୟସ୍ତରୀୟ ମକର ମିଳନ ସମ୍ମାନ ରବିକାନ୍ତ ମହାପାତ୍ର, ଦେବକୁଣ୍ଡ ସମ୍ମାନ ରାଜାରାମ ବେହେରା, ଉଦାଳକ ସମ୍ମାନ ପ୍ରଭାତ କୁମାର ଆଚାର୍ଯ୍ୟ, ମା ଟାଙ୍ଗରାଶୁଣୀ ସମ୍ମାନ ଉପାସନା ସାହୁ, ସମିବୃକ୍ଷ ସମ୍ମାନ ଗାଳ୍ପିକ ଶାନ୍ତନୁ ପଟ୍ଟନାୟକ,ବଣମଲ୍ଲୀ ସମ୍ମାନ ହାଡିବନ୍ଧୁ ପାତ୍ର, ଦେବଭାଷା ସମ୍ମାନ ଆଚାର୍ଯ୍ୟ ବିଜୟ ଜୀ,ନଚିକେତା ସମ୍ମାନ ସୁମନ୍ତ କୁମାର ଜେନା, ସମାଜସେବୀ ସମ୍ମାନ ଅମର ସେଠୀ,ସାହିତ୍ୟ ସାରଥି ସମ୍ମାନ ଡ. ବ୍ରଜଗୋପାଳ ମହାନ୍ତି, ବିଶେଷ ସମ୍ମାନ କବି ରମେଶଚନ୍ଦ୍ର ଦାସ, ମାମିନା ଟୁଡୁ, ଅମର କୁମାର ପାଳଙ୍କୁ ଶିକ୍ଷାସେବା ସମ୍ମାନ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଛି । ଶେଷରେ ପ୍ରାୟ ୩୦ ରୁ ଉର୍ଦ୍ଧ କବି କବିତା ପାଠ କରିଥିଲେ । ସଂଯୋଜକ ସଂପାଦକ ସର୍ବେଶ୍ୱର ଜେନା ସଂପାଦକୀୟ ବିବରଣୀ ପାଠ ଓ କବି ନିରୋଦ ସୁନ୍ଦର ଜେନା ଅତିଥି ଆବାହନ ଓ ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇବା କ୍ଷେତ୍ରରେ ସ୍ଥାନୀୟ ସରପଂଚ ବସେନ ମାରାଣ୍ଡି, ନରେନ୍ଦ୍ର ରାଉତ, ଜୟଶ୍ରୀ ପ୍ରଧାନ, ପାର୍ବତୀ ରାଉତ,ସତ୍ୟଭାମା ଜେନା,ଜୟନ୍ତି ନାୟକ,ମନାଲିସା ରାଉତ,ପ୍ରଭାସିନୀ ବିଶ୍ୱାଳ,ବିଷ୍ଣୁପ୍ରିୟା ବିଶ୍ୱାଳ,ମହେନ୍ଦ୍ର ସାହୁ,ଅଜୟ ବାରିକ,ହରେକୃଷ୍ଣ ନାୟକ,କୀରଣକୁମାରୀ ବିଶ୍ୱାଳ,ରବିନ୍ଦ୍ର ମହାନ୍ତି, ବାବା ଯଶେଶ୍ୱରୀ ମହିଳା ସଂଗଠନର ସମସ୍ତ ସଦସ୍ୟ,ସଦସ୍ୟା ସହଯୋଗ କରିଥିଲେ ।
