ଓଡିଆ ଭାଷାର ଆଦିପ୍ରବକ୍ତା ଥିଲେ ସିଦ୍ଧପୁରୁଷ ଲୁଇପା ୧୯ତମ ଲୁଇପା ମହୋତ୍ସବ ଓ ରାଜ୍ୟସ୍ତରୀୟ ମକର ମିଳନ ସାରସ୍ୱତ ସମାରୋହ ଉଦଯାପିତ
ବାରିପଦା : ମାଟିର ବାସ୍ନାକୁ ଏଡେଇ ନପାରି ସେଦିନ ଚର୍ଯ୍ୟାଗିତିକା ରଚନା କରି ପ୍ରାଚୀନ ଓଡିଆ ଭାଷାକୁ ସମୃଦ୍ଧ କରିଥିବା ସିଦ୍ଧ ପୁରୁଷ ଲୁଇପାଙ୍କ ସାଧନା ପୀଠ ଉଦଳା ନିକଟସ୍ଥ ରାଢୋ ଗ୍ରାମର ସିନ୍ଦୁରାହୁଡି ଠାରେ ମକର ମିଳନ ଉତ୍ସବ କମିଟି ଏବଂ ବାବା ଯୋଶେଶ୍ୱର ମହିଳା ସଂଘ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ମକର ମିଳନ ଉତ୍ସବ ୧୯ ତମ ଲୁଇପା ମହୋତ୍ସବ ପାଳିତ ହୋଇଯାଇଛି । ବିଶିଷ୍ଠ ଶିକ୍ଷାବିତ୍ ଲକ୍ଷ୍ମୀଧର ପୁଥାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉଦଘାଟକ ଭାବରେ ଉଦଳା ଏନ.ଏ.ସି.ର ଅଧ୍ୟକ୍ଷା କବି ପ୍ରମିଳା ପଣ୍ଡା, ମୁଖ୍ୟ ଅତିଥ ଭାବରେ ବିଶିଷ୍ଟ ସାହିତ୍ୟିକ ତଥା ସମାଜସେବୀ ଶରତଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଫକୀରମୋହନ ବିଶ୍ୱବିଦ୍ୟାଳୟ ପ୍ରଧ୍ୟାପକ ପ୍ରଫେସର ଡ.ଦେବାଶିଷ ପାତ୍ର, ବରେଣ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ସଭାପତି ଭାରତୀ ହଂସଦା, ଉଦଳା ବିଧାୟକ ଭାସ୍କରଚନ୍ଦ୍ର ମଢେଇ, କବି ବ୍ରଜେନ୍ଦ୍ରନାଥ ଗିରି, କବି କାଳିକିଙ୍କର ଦାସ, କବି ଅଭୟ ଦାସ, ଡ. ଭାଗବତ ପ୍ରସାଦ ଦାସ, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ସମାଜସେବୀ ସବିତା ବେହେରା, ଅଭିନନ୍ଦନ ପତ୍ରିକାର ସଂପାଦକ ଜଗଦିଶ ମିଶ୍ର ପ୍ରମୁଖ ଯୋଗଦେଇ ଏହି ଲୁଇପା ସାଧନା ପୀଠର ଅଧିକ ଗବେଷଣା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଦ୍ୱିତୀୟ ଅଧିବେଶନରେ କବିତାଜଂଳି ତଥା ଆଲୋଚନା ଚକ୍ର ଓ ଉଦଯାପନୀ ଉତ୍ସବରେ ସାହିତ୍ୟକ ସତ୍ୟବ୍ରତ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି କବି କାଳିପଦ ପଣ୍ଡା, ମୁଖ୍ୟ ବକ୍ତା କବି ଗଗନ କୁମାର ସେଠୀ, କବି ପର୍ଶୁରାମ ସାହୁ, ସଂଜିବ ପ୍ରମାଣିକ, କବି ଗଙ୍ଗାଧର ଦାସ ,ବରିଷ୍ଠ ସାମ୍ବାଦିକ ସଚିଦାନନ୍ଦ ମହାନ୍ତି, କବି ଯୋଗେନ୍ଦ୍ର ପଣ୍ଡା, ସାହିତ୍ୟକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, କବି ତିର୍ଥେଶରାୟ ମହାଶୟ, ପ୍ରମୁଖଙ୍କ ଉପସ୍ଥିତିରେ କବିତା ପାଠ କରାଯିବା ସହ ଏକ ଆଲୋଚନାଚକ୍ର ନୂଆ କବିତାର ସ୍ୱର ଓ ସ୍ୱାକ୍ଷର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାସିକ ସମ୍ବାଦ ଭିକ ପତ୍ରିକା ସମୟର ଚକ୍ର ସହ କବି ପର୍ଶୁରାମ ସାହୁଙ୍କ କବିତା ସଂଙ୍କଳନ ପଶ୍ଚିମ ଦ୍ୱାର ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ଲୁଇପା ସାହିତ୍ୟ ସମ୍ମାନ ପ୍ରଫେସର ଡ. ଦେବାଶିଷ ପାତ୍ର, ରାଜ୍ୟସ୍ତରୀୟ ମକର ମିଳନ ସମ୍ମାନ ରବିକାନ୍ତ ମହାପାତ୍ର, ଦେବକୁଣ୍ଡ ସମ୍ମାନ ରାଜାରାମ ବେହେରା, ଉଦାଳକ ସମ୍ମାନ ପ୍ରଭାତ କୁମାର ଆଚାର୍ଯ୍ୟ, ମା ଟାଙ୍ଗରାଶୁଣୀ ସମ୍ମାନ ଉପାସନା ସାହୁ, ସମିବୃକ୍ଷ ସମ୍ମାନ ଗାଳ୍ପିକ ଶାନ୍ତନୁ ପଟ୍ଟନାୟକ, ବଣମଲ୍ଲୀ ସମ୍ମାନ ହାଡିବନ୍ଧୁ ପାତ୍ର, ଦେବଭାଷା ସମ୍ମାନ ଆଚାର୍ଯ୍ୟ ବିଜୟ ଜୀ, ନଚିକେତା ସମ୍ମାନ ସୁମନ୍ତ କୁମାର ଜେନା, ସମାଜସେବୀ ସମ୍ମାନ ଅମର ସେଠୀ, ସାହିତ୍ୟ ସାରଥି ସମ୍ମାନ ଡ. ବ୍ରଜଗୋପାଳ ମହାନ୍ତି, ବିଶେଷ ସମ୍ମାନ କବି ରମେଶଚନ୍ଦ୍ର ଦାସ, ମାମିନା ଟୁଡୁ, ଅମର କୁମାର ପାଳଙ୍କୁ ଶିକ୍ଷାସେବା ସମ୍ମାନ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଛି । ଶେଷରେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ କବି କବିତା ପାଠ କରିଥିଲେ । ସଂପାଦକ ସର୍ବେଶ୍ୱର ଜେନା ସଂପାଦକୀୟ ବିବରଣୀ ପାଠ ଓ କବି ନିରୋଦ ସୁନ୍ଦର ଜେନା ଅତିଥି ଆବାହନ ଓ ପରିଚୟ ପ୍ରଦାନ କରିଥିଲେ । ସ୍ଥାନୀୟ ସରପଂଚ ବସେନ ମାରାଣ୍ଡି, ନରେନ୍ଦ୍ର ରାଉତ, ଜୟଶ୍ରୀ ପ୍ରଧାନ, ପାର୍ବତୀ ରାଉତ, ସତ୍ୟଭାମା ଜେନା, ଜୟନ୍ତ ନାୟକ, ମୋନାଲିସା ରାଉତ, ପ୍ରଭାସିନୀ ବିଶ୍ୱାଳ, ବିଷ୍ଣୁପ୍ରିୟା ବିଶ୍ୱାଳ, ମହେନ୍ଦ୍ର ସାହୁ, ଅଜୟ ବାରିକ, ହରେକୃଷ୍ଣ ନାୟକ, କୀରଣ କୁମାରୀ ବିଶ୍ୱାଳ, ରବିନ୍ଦ୍ର ମହାନ୍ତି ତଥା ବାବା ଯଶେଶ୍ୱରୀ ମହିଳା ସଂଗଠନର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
