ଜଙ୍ଗଲ ଜମି ସୁରକ୍ଷା ଦାବିରେ ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ
ବଲାଙ୍ଗିର : ଜଙ୍ଗଲ ସୁରକ୍ଷା ଦାବିରେ ବଲାଙ୍ଗିର ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ । ବିକ୍ଷୋଭ ପ୍ରଦର୍ଶନ କଲେ ବଲାଙ୍ଗିର ଜିନ୍ଦାବାଦ କର୍ମକର୍ତ୍ତା। ସଙ୍ଗଠନର ଶତାଧିକ କର୍ମକର୍ତ୍ତା ଜିଲାପାଳଙ୍କ ଅଫିସ ଘେରାଉ କରିବା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।
ଜଙ୍ଗଲ ଅଧିକାରୀ ସ୍ବୀକୃତି ଆଇନ ୨୦୦୬, ସଂଶୋଧତ ନିୟମ ୨୦୧୨ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଚାଷବାସ କରୁଥିବା ଜମିକୁ ସ୍ବୀକୃତି ପ୍ରଦାନ ନୁହେଁ ବରଂ ଜଙ୍ଗଲ ଜମିକୁ ସୁରକ୍ଷା ଦେବା ପ୍ରଶାସନର ମୁଖ୍ୟ କାମ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି । ଯୋଗ୍ୟ ଦାବିଗୁଡିକ ମଧ୍ୟରେ ଜଙ୍ଗଲ ଅଧିକାର ଆଇନକୁ ସଠିକ୍ ଭାବେ ଲାଗୁ କରିବା, ଆଦିବାସୀଙ୍କୁ ଜମିପଟା ପ୍ରଦାନ , ଯୁଗ୍ମ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ରାଜସ୍ବ ଓ ବନ ବିଭାଗ ତତ୍ପରତା ପ୍ରକାଶ କରିବା , ପୁରୁଣା ଜଙ୍ଗଲ ନଷ୍ଟ ଓ ଗଛ କଟା ବନ୍ଦ କରିବା ଆଦି ଦାବି ରହିଛି ।
