ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ, ଭାଗ ନେବେ ୩୫୦ ପ୍ରତିଯୋଗୀ
ବଲାଙ୍ଗୀର : ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମ ଠାରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଛି । ଜିଲା ବ୍ୟାଡମିଣ୍ଟନ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାକୁ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଚଞ୍ଚଳ ରାଣା, ଏସପି ନୀତିନ କୁଶଲକରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
ଭାରତୀୟ ତଥା ରାଜ୍ୟ ବ୍ୟାଡମିଣ୍ଟନ ସଙ୍ଘର ଅନୁମୋଦନ ଦ୍ବାରା ପିଆର ହାଇସ୍କୁଲ ଇନଡୋର ଷ୍ଟାଡିୟମ ଠାରେ ଜିଲା ବ୍ୟାଡମିଣ୍ଟନ ସଙ୍ଘର ଆନୁକୁଲ୍ୟରେ ଜାନୁଆରୀ ୧୩ ରୁ ମିନି ଓ ସବଜୁନିଅର ବିଭାଗର ରାଙ୍କି ପ୍ରତିଯୋଗିତା ଆରମ୍ଭ ହେଉଛି । ୧୫ ତାରିଖରୁ ଓଡ଼ିଶା ରାଜ୍ୟ ସିନିଅର ଚମ୍ପିଆନସିପ୍ ଅନୁଷ୍ଠିତ ହେବ । ଏଥିରେ ସାରା ରାଜ୍ୟରୁ ପ୍ରାୟ ୩୫୦ ପ୍ରତିଯୋଗୀ ଭାଗ ନେଇଛନ୍ତି ।
