ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା) ର କାର୍ଯ୍ୟକାରିଣୀ ବୈଠକ
କେନ୍ଦ୍ରାପଡ଼ା : ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା)ର କେନ୍ଦ୍ରାପଡା ଜିଲା ପକ୍ଷରୁ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଅଭିଯାନର ଜିଲା ଆବାହକ ପ୍ରତାପ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଓସାର ରାଜ୍ୟ ଆବାହକ ସଂଯୁକ୍ତା ପାଣିଗ୍ରାହୀ, ଜିଲା ଉପଦେଷ୍ଟା ଅମର ବିଶ୍ୱାଳ, କେନ୍ଦ୍ରାପଡା ବ୍ଲକ ଦାୟୀତ୍ୱରେ ଥିବା ହିମାଂଶୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ରାପଡା ଜିଲାର ୯ଟି ବ୍ଲକରୁ ଶତାଧିକ ସୂଚନା ଅଧିକାର କର୍ମୀ ଯୋଗଦେଇ ସୂଚନା ଅଧିକାର ଆଇନ ଉପରେ ବିଭିନ୍ନ ଦିଗରୁ ଆଲୋଚନା କରିଥିବା ବେଳେ ସୂଚନା ଅଧିକାର ଆଇନକୁ ଧ୍ୱଂସ କରିବାକୁ ମୋଦି ସରକାର କରିବାକୁ ଯାଉଥିବା ଡିଜିଟାଲ ଡାଟା ପ୍ରୋଟେକ୍ସନ ବିଲ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ଶେଷରେ ବିଭିନ୍ନ ବ୍ଲକ ମାନଙ୍କରେ କିଭଳି ଅଧିକରୁ ଅଧିକ ସାଧାରଣ ଲୋକ ଏହି ଆଇନ ବ୍ୟବହାର କରି ନିଜ ହକ ହାସଲ ସହ ଦୁର୍ନୀତି ବିରୋଧରେ ଲଢେଇ ଜାରି ରଖିବେ । ଅଭିଯାନର ସଦସ୍ୟ ସଂଖ୍ୟା ବୃଦ୍ଧି ଆଉ ସାଂଗଠନିକ ଦୃଢତା ପାଇଁ ଆଳି ବ୍ଲକ ଦାୟୀତ୍ୱ ରାଜମୋହନ ସ୍ୱାଇଁ, ଦେବ ପ୍ରସାଦ ନନ୍ଦ, ଏବଂ ପଟ୍ଟାମୁଣ୍ଡାଇ ବ୍ଲକ ଦାୟୀତ୍ୱରେ ମୃତ୍ୟୁଞ୍ଜୟ ରାଉତ ସହ ସଞ୍ଜୟ ପଣ୍ଡା, ଦୋଳଗୋବିନ୍ଦ ସାହୁ, କେନ୍ଦ୍ରାପଡା ବ୍ଲକ ଦାୟୀତ୍ୱରେ ହିମାଂଶୁ ଦାସ, ନଳିନୀ ପ୍ରଭା ମହାନ୍ତି, ଅପୂର୍ବ ସେଠୀ ଓ ଜୟଦେବ ସିଂ, ମହାକାଳପଡା ବ୍ଲକ ଦାୟୀତ୍ୱରେ ଅମିତାଭ ଚାନ୍ଦ, ବିନୟ ମଲିକ ଓ ଅମୂଲ୍ୟ କୁମାର ରାଉତ ଓ ଡେରାବିଶ ବ୍ଲକ ଦାୟିତ୍ୱରେ ମନୋରଞ୍ଜନ ଜେନା, ଭରତ ଚନ୍ଦ୍ର ଚୂଳି ଏବଂ ବାଙ୍କବିହାରୀ ମହାପାତ୍ର, ରାଜକନିକା ବ୍ଲକ ଦାୟୀତ୍ୱରେ ସୁଶାନ୍ତ ନାୟକ ଏବଂ ଗରଦପୁର ବ୍ଲକ ପାଇଁ ପବିତ୍ର ପାଣି, ଦିଲ୍ଲିପ କୁମାର ବେଉରା, ରଞ୍ଜିତ କାପୁ ପ୍ରଭୃତିଙ୍କୁ ଦାୟୀତ୍ୱ ଦିଆଯାଇଛି । ପ୍ରକାଶ ଚନ୍ଦ୍ର ଦାସଙ୍କୁ ଜିଲା ସଂଯୋଜକ ଭାବେ ମନୋନିତ କରାଯାଇଛି । ହିମାଂଶୁ ଦାସ ସମସ୍ତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
