ପଦ୍ମଲୋଚନ ବିଦ୍ୟାମନ୍ଦିରର ସାମ୍ବତ୍ସରିକ ଉତ୍ସବ
ଖଇରା : ବର୍ତ୍ତମାନ ସମାଜରେ ଉଚ୍ଚଶିକ୍ଷିତଙ୍କ ସଂଖ୍ୟା ହୁହୁ ହୋଇ ବଢୁଛି ହେଲେ ଭଲମଣିଷଙ୍କ ସଂଖ୍ୟା ସେହି ତୁଳନାରେ କମି କମି ଚାଲିଛି । ଏଣୁ ପିଲାମାନେ ଉଚ୍ଚ ଶିକ୍ଷିତ ହୋଇ ଅଧୀକ ରୋଜଗାର କରିବା ର ମାନସିକତା ନରଖି କିଭଳି ଜଣେ ଭଲମଣିଷ ହୋଇ ପାରିବ ତାହା ଲକ୍ଷ ହେବା ଦରକାର ବୋଲି ବାଲେଶ୍ୱର ଜିଲା ଖଇରା ବ୍ଲକ ମହତୀପୁରସ୍ଥିତ ପଦ୍ମଲୋଚନ ବିଦ୍ୟାମନ୍ଦିରର ବାର୍ହିକୋତ୍ସବରେ ଯୋଗ ଦେଇଥିବା ବକ୍ତା ମାନେ ଆଲୋକପାତ କରିଛନ୍ତି । ଅଧ୍ୟକ୍ଷ ଭାଗିରଥି ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍ଘାଟନୀ ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଧର ବେହେରା,ଅବସରପ୍ରାପ୍ତ ପ୍ରଧ୍ୟାପକ ମଦନମୋହନ ମହଲା ମୁଖ୍ୟବକ୍ତା,ଉତ୍କଳ ଶିକ୍ଷା ପରିଷଦର ସମ୍ପାଦକ ଯୋଗେନ୍ଦ୍ର ଦାସ,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହେମନ୍ତ କୁମାର ମିଶ୍ର,ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଗୁରୁମା ପ୍ରତିମା ବେହେରା ବିବରଣୀ ପାଠ,ଅଞ୍ଜଳୀ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ।ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷିତ ହୋଇଥିଲା । ଶେଷରେ କୁନି କୁନି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।ପ୍ରଭାତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
