ତୁଡିଗଡିଆରେ ଗାୟତ୍ରୀ ଯଜ୍ଞ ଓ ସଂସ୍କାର ମହୋତ୍ସବ
ଖଇରା : ଅଖିଳ ବିଶ୍ୱ ଗାୟତ୍ରୀ ପରିବାର,ଶାନ୍ତିକୁଞ୍ଜ ହରିଦ୍ୱାର ମାର୍ଗ ଦର୍ଶନରେ ଖଇରା ବ୍ଲକର ତୁଡିଗଡିଆ ଶକ୍ତିପୀଥର ୩୦ତମ ବାର୍ଷୀକ ଉତ୍ସବ ପାଳନ ଅବସରରେ ଗାୟତ୍ରୀ ମହାଯଜ୍ଞ ଓ ସଂସ୍କାର ମହୋତ୍ସବ ୧୪ ଓ ୧୫ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି ।ଗାୟତ୍ରୀ ପରିବାରର ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତା ବଳରାମ ସାହୁ ଧର୍ମଧ୍ୱଜା ଉତ୍ତୋଳନ କରିଥିଲେ । ପ୍ରଥମ ଦିନ ମହିଳା ମାନଙ୍କ ଦ୍ୱାରା ମଙ୍ଗଳ କଳସ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା । ୧୫ତାରିଖ ଦିନ ନବକୁଣ୍ଡୀୟ ଯଜ୍ଞ ଓ ସଂସ୍କାର ବୈଦିକ ରିତିରେ ଅନୁଷ୍ଠିତ ହୋଇଥିଲା । ଶାନ୍ତିକୁଞ୍ଜ ଆଗତ ବରିଷ୍ଠ ସାଧକ ଗୌତମ ଜୀ ନାରୀ ଜାଗରଣରେ ଯୁଗଋଷି ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ମହତ୍ତ୍ୱପୂର୍ଣ୍ଣ ସନ୍ଦେଶ ପ୍ରଦାନ କରିଥିଲେ । ବ୍ୟବସ୍ଥାକ କୈଳାସ ଚନ୍ଦ୍ର ପୃଷ୍ଟି,ସୁଦର୍ଶନ ବେହେରା,କରୁଣାକର ମଲ୍ଲିକ,ସୂର୍ଯ୍ୟନାରାୟଣ ଖଣ୍ଡେଲୱାଲ,ପଦ୍ମଲୋଚନ ପରିଡା,ରାଧାକାନ୍ତ ପଣ୍ଡା,ଉପେନ୍ଦ୍ର ପ୍ରସାଦ ପାଢୀ,ରମାକାନ୍ତ ପଣ୍ଡା,ମଥୁରୀ ଚରଣ ଜେନା,ଗଣେଶ ଚନ୍ଦ୍ର ସାହୁ,ଯୁଧିଷଯଠିର ମହାରଣା,ବିଷ୍ଣୁମୋହନ ଶତପଥି,ସାବିତ୍ରୀ ରାଉତ,ସୁବାଷିନୀ ରାଉତ,ପଙ୍କଜିନୀ ରାଉତ ପ୍ରମୁଖ ୨ଦିନିଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
