ଆଶା, ପାଚିକା ଏବଂ ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବି
ତିହିଡ଼ି : ସିଆଇଟିୟୁ ଅନୁବନ୍ଧିତ ଓଡ଼ିଶା ଆଶାକର୍ମୀ ଆସୋସିଏସନ ତିହିଡ଼ି ବ୍ଲକ ଶାଖା ପକ୍ଷରୁ ସୋମବାର ଆଶା, ପାଚିକା ଏବଂ ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବିରେ ତିହିଡ଼ିରେ ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ତିହିଡ଼ି ପୁରୁଣା ହାଟ ଠାରେ ସିଆଇଟିୟୁର ବ୍ଲକ ସଭାପତି ବିଷ୍ଣୁ ଚରଣ ଦାସଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମହିଳା ସମିତିର ରାଜ୍ୟ ସମ୍ପାଦିକା ସୁରଜିତା ନାୟକ, ନାରୀ ନେତ୍ରୀ ପ୍ରଭାତୀ ଦାସ, କାମିନୀ ଭୋଇ, ମଂଜୁସା କୁଣ୍ଡ, ଆଶା ସଂଘର ନେତ୍ରୀ ଅନ୍ନପୂର୍ଣ୍ଣା ଦାସ, ଶ୍ରଦ୍ଧାଞ୍ଜଳି ନାୟକ, ସେବତୀ ରାଉତ, ଭାରତୀ ପଣ୍ଡା, ସୁଷମା ଓଝା, ମମତା ଜେନା, ମାଳତୀ ମଲିକ, ଅଯୋଧ୍ୟା ରାଉତ, କନକଲତା ଦାସ, ମିନତୀ ମଳିକ, ପୁଷ୍ପିତା ଜେନା, କ୍ରିଷ୍ଣା ବାରିକ, ପାଚିକା ସଂଘର ନେତ୍ରୀ ରତ୍ନମଂଜରୀ ନାୟକ, କରୁଣାକର ସାହୁ, ବସୁମତି ମହାରାଜ, ନୟନା ତ୍ରିପାଠୀ, ନମିତା ବାରିକ, ଭାବ ମହାପାତ୍ର, ସତ୍ୟଭାମା ସାହୁ, ଲକ୍ଷ୍ମୀପ୍ରିୟା ଭୋଇ, ଶାନ୍ତିଲତା ସେଠୀ, ସିଆଇଟିୟୁ ନେତା ନିର୍ମଳ ଦଳେଇ, ନାରାୟଣ ଚନ୍ଦ୍ର ଦାଶ, ମଳୟ ଭୋଇ, ଗୟାଧର ସେଠୀ, ଭାଗବତ ସେନାପତି, ସତ୍ୟବ୍ରତ କୁଣ୍ଡ ପ୍ରମୁଖ ଯୋଗ ଦେଇ ସମସ୍ତ ଆଶା, ପାଚିକା, ଅଙ୍ଗନୱାଡ଼ି ପ୍ରମୁଖ ସ୍କିମ୍ ୱାର୍କରମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା, ମାସିକ ସବନିମ୍ନ ମଜୁରି ୨୬ ହଜାର ଟଙ୍କା ପ୍ରଦାନ କରିବା, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ପ୍ରତ୍ୟାହାର କରିବା, ଅବସର ବୟସ ୬୨କୁ ବୃଦ୍ଧି କରିବା, ଇପିଏଫ ଓ ଇସିଆଇ ଅନ୍ତର୍ଭୁକ୍ତ କରିବା ସହିତ ପେନସନ ଲାଗୁ କରିବା ଓ ମୃତ୍ୟୁକାଳୀନ ସହାୟତା ୧୦ଲକ୍ଷ ଟଙ୍କା ପ୍ରଦାନ କରିବା, ସମସ୍ତ କର୍ମୀମାନଙ୍କୁ ସ୍ମାର୍ଟଫୋନ ଯୋଗାଇ ଦେବା ସହିତ ୨୮ ମାସର ବକେୟା ଦରମା ତୁରନ୍ତ ପ୍ରଦାନ କରିବା ଆଦି ଦାବି କରିଥିଲେ । ପରେ ୧୧ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଧାମନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିହିଡ଼ି ବିଡିଓ, ମେଡ଼ିକାଲ ଅଫିସର ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।
